ପୁରୁଣା ଭୁବନେଶ୍ବର : ଏକାମ୍ର ଭୁବନେଶ୍ବରରେ ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ମାରାଥନ୍ ପ୍ରଚାର କରିଛନ୍ତି। ପୂର୍ବାହ୍ନରେ ୪୫ ନମ୍ବର ୱାର୍ଡରେ ପଦଯାତ୍ରା କରିବା ସହ ୫୯ ନମ୍ବର ୱାର୍ଡରେ ମୋଟର୍ ସାଇକେଲ୍ ଶୋଭାଯାତ୍ରାରେ ଶ୍ରୀ ପଣ୍ଡା ପ୍ରଚାର କରିଥିଲେ। ସନ୍ଧ୍ୟାରେ ୪୯ ଓ ୫୦ ନମ୍ବର ୱାର୍ଡର ବରମୁଣ୍ଡା ଗାଁ, ଆଇଗିଣିଆ, କୋଳଥିଆ ଆଦି ଗ୍ରାମରେ ପଦଯାତ୍ରା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଶ୍ରୀ ପଣ୍ଡା କରିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ତାଙ୍କ ସମର୍ଥକମାନେ ଲୋକଙ୍କୁ ଅବଗତ କରାଇବା ସହ ଆଗକୁ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ପୂର୍ବାହ୍ନରେ ୨୪ ଓ ୪୮ ନମ୍ବର ୱାର୍ଡରେ ଶ୍ରୀ ପଣ୍ଡା ରୋଡ୍ ସୋ’ କରି ଭୋଟ୍ ଦେବାକୁ ନିବେଦନ କରିଥିଲେ। ପ୍ରଚାର େବେଳ ବହୁ ପୂର୍ବତନ କର୍ପୋରେଟର୍, ବରିଷ୍ଠ ନାଗରିକ ଓ ବିଜେଡି ନେତାମାନେ ସାମିଲ ହୋଇଥିଲେ।କଂଗ୍ରେସ ପ୍ରାର୍ଥିନୀ ରଶ୍ମି ମହାପାତ୍ର ମଧ୍ୟ ଆଜି ଯଦୁପୁରଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସେ ଡୁମୁଡୁମା ଗାଁ, ଡୁମୁଡୁମା ହାଉସିଂ ବୋର୍ଡ, ଆଇଗିଣିଆ ଆଦି ପରିକ୍ରମା କରିଥିଲେ। ସେହିପରି ପୂର୍ବହ୍ନରେ ରାମେଶ୍ୱର ପାଟଣା, ବେହେରା ସାହିରେ ସମର୍ଥକଙ୍କ ସହ ପଦଯାତ୍ରା କରିଥିଲେ ।
ବିଜେପିର ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂହ ଶତାଧିକ ବିଜେପି କର୍ମୀଙ୍କ ଗହଣରେ ପଦଯାତ୍ରାରେ ଯାଇ ସ୍ଥାନୀୟ ଜନସାଧାରଣଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ। ଜୟଦେବ ବାଟିକା ନିକଟରୁ ଏକ େରାଡ୍ ସୋ’ରେ ବାହାରି ଆଇଗିଣିଆ, ଖଣ୍ଡଗିରି ବାରୀ ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ଅଞ୍ଚଳ ବୁଲି ପ୍ରଚାର କରିଥିଲେ।
/sambad/media/post_attachments/wp-content/uploads/2019/04/a4-300x200.jpg)
ଜଗନ୍ନାଥଙ୍କ ନିଆରା ପ୍ରଚାର
ଭୁବନେଶ୍ବର : ବିଜେପିର ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ଜୋରଦାର୍ ପ୍ରଚାର କରିଛନ୍ତି। ସେ ସନ୍ତୋଷୀ ବିହାରରୁ ପ୍ରଚାର ଆରମ୍ଭ କରି ଓସ୍କାର ସିଟି, ବମିଖାଲ ଗାଁ, ଜୟଦୁର୍ଗା ନଗର, ଝାରପଡ଼ା ଷ୍ଟେଜ୍-୪ ଓ ଷ୍ଟେଜ୍-୫ରେ ପ୍ରଚାର କରିଥିଲେ। ଭୁବନେଶ୍ବର ମଧ୍ୟରେ ପରିବର୍ତ୍ତନ ପାଇଁ ପଦ୍ମ ଫୁଲରେ ଭୋଟ୍ ଦେବାକୁ ସେ ଅନୁରୋଧ କରିଥିଲେ। ଜଗନ୍ନାଥ ପ୍ରଚାର ସମୟରେ ଜଣେ ମୋଦୀମୁଖା ପିନ୍ଧିଥିବା ଶିଶୁକୁ ଧରି ପ୍ରଚାର କରିଥିଲେ।
/sambad/media/post_attachments/wp-content/uploads/2019/04/a3-300x170.jpg)
ପଞ୍ଚାୟତରେ ଫୋକସ୍ କଲେ ସୁଶାନ୍ତ
ଭୁବନେଶ୍ବର : ଉତ୍ତର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ପଞ୍ଚାୟତ ଅଞ୍ଚଳରେ ଜୋରଦାର୍ ପ୍ରଚାର କରିଛନ୍ତି। ସକାଳେ ୱାର୍ଡ-୧୫ରେ ବିଶାଳ ମୋଟରସାଇକେଲ୍ ରାଲିରେ ପ୍ରଚାର କରିଥିଲେ। ଅପରାହ୍ଣରେ ରଘୁନାଥପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲିଥିଲେ। ସୁଶାନ୍ତଙ୍କ ପ୍ରଚାରରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସମେତ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲ, ସମ୍ପାଦକ ଦୁର୍ଗା ସାମନ୍ତରାୟ, ଭୁବନେଶ୍ବର ବିଜେଡି ସଭାପତି ଅମରେଶ ଜେନା, କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ, ରାଜଲକ୍ଷ୍ମୀ ବେହେରା, ଅଶୋକ କୁମାର ରାଜ ପ୍ରମୁଖ ପ୍ରଚାରରେ ସାମିଲ୍ ହୋଇଥିଲେ।
ବାଇକ୍ ରାଲି, ପଦଯାତ୍ରା
ଖଣ୍ଡଗିରି : ଆଜି ଜଟଣୀ ନିର୍ବାଚନମଣ୍ଡଳୀର ଚନ୍ଦକା, ଛତାବର ଯାଁଳା ଓ ଜାମୁକୋଳି ଅଞ୍ଚଳରେ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଭୁବନେଶ୍ବର ବ୍ଲକର ଦାରୁଠେଙ୍ଗ, ଚନ୍ଦକା, ଅନ୍ଧାରୁଆ, ମଳିପଡ଼ା, ପାଇକରାପୁର, କଣ୍ଟାବାଡ଼ ଓ ମେଣ୍ଢାଶାଳ ଆଦି ପଞ୍ଚାୟତରେ ବାଇକ୍ ରାଲି ଓ ପଦଯାତ୍ରା କରିଥିଲେ। ସେହିଭଳି କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ ଜଟଣୀ ବ୍ଲକର ଅଙ୍ଗାରପଡ଼ା, ମଦନପୁର, ଛତାବର, ଗଙ୍ଗପଡ଼ା ଓ ଯାଁଳା ଆଦି ପଞ୍ଚାୟତରେ ବାଇକ୍ ରାଲି ଓ ପଦଯାତ୍ରା କରି ପ୍ରଚାର କରିଛନ୍ତି। ବିଜେପି ପ୍ରାର୍ଥୀ ବିଶ୍ବରଂଜନ ବଡ଼ଜେନା ଛତାବର, ଅଙ୍ଗାରପଡ଼ା, ପଞ୍ଚୁପଲ୍ଲୀ, ଜାମୁକୋଳି ଓ ବୀରବନ୍ଧ ଆଦି ଅଞ୍ଚଳରେ ଅନୁରୂପଭାବେ ବାଇକ୍ ରାଲି ଓ ପଦଯାତ୍ରା କରିଛନ୍ତି।
ଆଉଜି ଗଲେଣି ଅବୁଝାମାନେ: ଅନ୍ତିମ ପର୍ଯ୍ୟାୟର ସରଗରମ ପ୍ରଚାରରେ ବହୁ ଚର୍ଚ୍ଚା ଉପଯୋଗୀ ଘଟଣାମାନ ଦେଖିବାକୁ ମିଳୁଛି। କୌଣସି କାରଣରୁ ଅସନ୍ତୁଷ୍ଟ ଥିବା ଛାମୁଆମାନଙ୍କୁ ଏବେ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ୍ ହେଉଥିବାର ଦେଖାଯାଉଛି। ପ୍ରାର୍ଥୀମାନେ ସେମାନଙ୍କୁ ମନାଇ ସାରିବା ପରେ ସେମାନେ ପ୍ରଚାର କାର୍ଯ୍ୟକ୍ରମରେ ବୁଲୁଥିବା ଦେଖାଯାଉଛି।
Follow Us