ଉତ୍ତରରେ ଜୋରଦାର ପ୍ରଚାର : ପଞ୍ଚାୟତରେ ସୁଶାନ୍ତ, ବସ୍ତିରେ ଅପରାଜିତା

Advertisment
ଉତ୍ତରରେ ଜୋରଦାର ପ୍ରଚାର : ପଞ୍ଚାୟତରେ ସୁଶାନ୍ତ, ବସ୍ତିରେ ଅପରାଜିତା

ଚନ୍ଦ୍ରଶେଖରପୁର : ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ପ୍ରଚାର ସରଗରମ ହେବାରେ ଲାଗିଛି। ଭୋଟରଙ୍କ ନିକଟତର ହେବାକୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ପାଞ୍ଚ ପଞ୍ଚାୟତର ଭୋଟ ହାତେଇବା ଲାଗି ଏବେ ବିଜେଡି ଓ ବିଜେପି ମଧ୍ୟରେ ‌ଜୋରଦାର ଉଦ୍ୟମ ଚାଲିଛି। କିଏ ପଦଯାତ୍ରା କରି ଭୋଟରଙ୍କ ପାଖରେ ପହଞ୍ଚୁଛି ତ ଆଉ କିଏ ବାଇକ୍‌ ‌ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରୁଛି।

publive-image

ଏହିକ୍ରମରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଆଜି ପଞ୍ଚାୟତରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସକାଳେ କଳାରାହାଙ୍ଗ ପଞ୍ଚାୟତର ଜଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା ପରେ ସୁଶାନ୍ତ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ପରେ କଳାରାହାଙ୍ଗ, ପଦ୍ମକେଶରୀପୁର, ଇଞ୍ଜଣା, ବରୀମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ, ଜରିପାଟଣା, ବରିମୁଣ୍ଡ, ସିଙ୍ଗଡ଼ା, କୃଷ୍ଣସରଣପୁର, ଢିଅସାହି, ଭୂଆଁସାହି ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ବେଣାଗାଡ଼ିଆ ପ୍ରଭୃତି ଗାଁରେ ପହଞ୍ଚି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଥିଲେ। ଗାଁର ଲୋକେ ଫୁଲ ପକାଇ ସ୍ବାଗତ ବି କରିଥିଲେ। ପ୍ରାର୍ଥୀ ସୁଶାନ୍ତ ବି ଲୋକଙ୍କ ସହ ଆଲୋଚନା କରି ଭଲ ମନ୍ଦ କଥା ବୁଝିଥିଲେ। ସନ୍ଧ୍ୟାରେ ବିଏମ୍‌ସି ୯ ନମ୍ବର ୱାର୍ଡର ଗାଡ଼କଣ, ରଙ୍ଗମାଟିଆ ସମେତ ବିଭିନ୍ନ ବସ୍ତିରେ ପଦଯାତ୍ରା କରିଥିଲେ।

ଅନ୍ୟପକ୍ଷରେ ଗତକାଲି ଭୁବନେଶ୍ବର ଉତ୍ତରରେ ବିଜୟ ସଂକଳ୍ପ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ତାଙ୍କ ସହ ଭୁବନେଶ୍ବର ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଓ ବଧାୟକ ପ୍ରାର୍ଥିନୀ ଅପରାଜିତା ମହାନ୍ତି ଯୋଗଦେଇ ଭୋଟ ଭିକ୍ଷା କରିଥିଲେ। ଆଜି ଶ୍ରୀମତୀ ମହାନ୍ତି ଖୋଲା ଜିପ୍‌ରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଇତିଶ୍ ପ୍ରଧାନ, ସ୍ବାଧୀନ ପ୍ରାର୍ଥୀ ଯୁଗାଂଶୁ ଶେଖର ପଣ୍ଡା ଆଜି ବି ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe