ଉପେନ୍ଦ୍ର ଭଂଜ ରେଲୱେ ଇନ୍‌ଷ୍ଟିଚ୍ୟୁଟ୍‌‌ରେ ନିର୍ବାଚନ: ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ବିପୁଳ ବିଜୟ

Advertisment
ଉପେନ୍ଦ୍ର ଭଂଜ ରେଲୱେ ଇନ୍‌ଷ୍ଟିଚ୍ୟୁଟ୍‌‌ରେ ନିର୍ବାଚନ: ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ବିପୁଳ ବିଜୟ

ଭୁବନେଶ୍ବର: ଖୋର୍ଧାରୋଡ୍‌ ରେଳ ମଣ୍ଡଳ ଅନ୍ତର୍ଗତ ମଞ୍ଚେଶ୍ବରସ୍ଥିତ ଉପେନ୍ଦ୍ର ଭଂଜ ରେଲୱେ ଇନ୍‌ଷ୍ଟିଚ୍ୟୁଟ୍‌ର ବିଭିନ୍ନ ପଦ ପାଇଁ ହୋଇଥିବା ନିର୍ବାଚନରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ବିପୁଳ ବିଜୟ ହୋଇଛି। ମୋଟ ୧୧ଟି ଆସନ ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ଏଥିରେ ୧୦ଟି ଆସନରେ ଶ୍ରମିକ କଂଗ୍ରେସ ପ୍ରାର୍ଥୀମାନେ ବିଜୟ ଲାଭ କରିଥିବା ବେଳେ ମାତ୍ର ଗୋଟିକରେ ଶ୍ରମିକ ୟୁନିଅନ୍‌ର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।

ଶ୍ରମିକ କଂଗ୍ରେସର ବିଜୟୀ ପ୍ରାର୍ଥୀମାନେ ହେଲେ, ଅଜୟ କୁମାର ମଲ୍ଲିକ, ଦେବେନ୍ଦ୍ର କୁମାର ସାହୁ, ପ୍ରଦୀପ ଲେଙ୍କା, ଧନେଶ୍ବର ଜେନା, ଦୀପକ କୁମାର ସେଠୀ, କମଲେଶ କୁମାର, ବି. ଭାସ୍କର ରାଓ, ମନୋରଞ୍ଜନ ରଣା, କାହ୍ନୁଚରଣ ଓଝା, ନାରାୟଣ ପ୍ରସାଦ ଦାସ। ସେହିପରି ଶ୍ରମିକ ୟୁନିଅନ୍‌ର ଏକମାତ୍ର ବିଜୟୀ ପ୍ରାର୍ଥୀ ହେଲେ, ଗୋପୀନାଥ ମଲିକ। ଶ୍ରମିକ କଂଗ୍ରେସର ବିପୁଳ ବିଜୟ ପାଇଁ ସମସ୍ତ ଶ୍ରେୟ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଏବଂ ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀଙ୍କର ବୋଲି ମଞ୍ଚେଶ୍ବର ଶାଖା ସଂପାଦକ କ୍ଷୀରୋଦ କୁମାର ସେନାପତି କହିଛନ୍ତି। ଗତକାଲି ସଂଧ୍ୟାରେ ଭୋଟ୍‌ ଗ୍ରହଣ ସରିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମଞ୍ଚେଶ୍ୱର ୱାଗନ୍‌ ଅଧିକାରୀ ଫଳାଫଳ ଘୋଷଣା କରିଥିଲେ।

ଆଜି ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀଙ୍କ ନେତୃତ୍ୱରେ ସହ ସାଧାରଣ ସମ୍ପାଦକ ସୁବ୍ରତ ପଣ୍ଡା, ସହସଂଯୋଜକ ସୁନିଲ କୁମାର ଭଞ୍ଜ, ଏମ୍.ଜି.କେ ରାଓ, ଶାଖା ସଂପାଦକ ଏଲ୍‌.ଡି ମହାନ୍ତି, ପ୍ରଫୁଲ୍ଲ ବେହେରା, ଏ.ଶ୍ରୀନିବାସ ଓ ବହୁ କର୍ମକର୍ତ୍ତା ଖୋର୍ଦ୍ଧାରୋଡ୍‌ ଷ୍ଟେସନ୍, ସୀତାରାମ ଛକ, ଷ୍ଟେସନ୍‌ ଛକ ନିକଟରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe