ଯାଁଳାରେ ଫାଳେ ଅନ୍ଧାର, ଫାଳେ ଆଲୁଅ: କର୍ମଚାରୀ ଅଭାବରୁ ବାଉଳି ହେଉଛି ଫେଡ୍‌କୋ

ଘନେଇଲାଣି ବିଜୁଳି ଓ ପାଣି ସଂକଟ, ବଢ଼ୁଛି ଅସନ୍ତୋଷ

New Indian Express

ଖଣ୍ଡଗିରି: ଯାଁଳାରେ ବିଦ୍ୟୁତ୍ ମରାମତି କାମ ଅଧପନ୍ତରିଆ ହୋଇ ପଡ଼ିଥିବାରୁ ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ୍ ସେବା ମିଳିପାରିନାହିଁ। ଏବେ ବି ଫାଳେ ଅନ୍ଧାର ଓ ଫାଳେ ଆଲୁଅ ଅବସ୍ଥା। ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କର୍ମଚାରୀ ଅଭାବରୁ ଫେଡ୍‌‌କୋ ବିଦ୍ୟୁତ୍ ସେବା ଯୋଗାଇବାରେ ସକ୍ଷମ ହୋଇପାରୁନଥିବା ଅଭିଯୋଗ ହେଉଛି। ଏଲ୍‌ଟି ଲାଇନ୍ ମରାମତି କାମ ସାରି ପାରୁନଥିବାରୁ ଲୋକେ ଫେଡ୍‌କୋ ବିରୋଧରେ ସ୍ବର ଉଠାଇବା ଆରମ୍ଭ କଲେଣି। ଆଗକୁ ଏହା ଉଗ୍ର ରୂପ ନେବ‌ ବୋଲି ସୂଚନା ମିଳିଛି। ସୂଚନାନୁସାରେ ଆଜି ପ୍ରାୟ ସମସ୍ତ ଅଞ୍ଚଳକୁ ୧୧ କେଭି ଲାଇନ୍‌ ସଂଯୋଗ ହୋଇ ଯାଇଛି। ମାତ୍ର ଏଲ୍‌ଟି ଲାଇନ୍ ତ୍ରୁଟି ଖୋଜିବାରେ ଫେଡ୍‌କୋ କର୍ମଚାରୀମାନେ ସକ୍ଷମ ହୋଇପାରିନାହାଁନ୍ତି। ଫଳରେ ମୁଣ୍ଡମୁହାଁଣ, ଓଗାଳପଡ଼ା ଓ ରାଧାଚରଣପୁର ଆଦି ଅଞ୍ଚଳରେ କାହା ଘର ଅନ୍ଧାର ତ କାହା ଘର ଆଲୁଅ। ତେଣୁ ଅନ୍ଧାରରେ ରହି ଯାଇଥିବ‌ା ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ କିଛି କିଛି ସ୍ଥାନରେ ଗଣ୍ଡଗୋଳ ମଧ୍ୟ ଘଟିଥିବା ଜଣାପଡ଼ିଛି। ତେବେ ଫେଡ୍‌କୋ କର୍ମଚାରୀ ଅଭାବ କାରଣରୁ ଏଭଳି ଘଟୁଛି ବୋଲି ଅଭିଯୋଗ କରି ଆଜି ବହୁ ଉପ‌ଭୋକ୍ତା ପାଟିତୁଣ୍ଡ କରିଥିବା ଜଣାପଡ଼ିଛି। ପୁଣି ଏଲ୍‌ଟି ଲାଇନ୍ ମରାମତି କରିବା ଲୋକ ଅଭାବରୁ କିଛି ଅନିଭଜ୍ଞ ଲୋକଙ୍କୁ ପଠାଇ ଫେଡ୍‌‌କୋ ତାଳି ପକାଇବାକୁ ଉଦ୍ୟମ କରିଥିଲେ ବି ତାହା ସଫଳ ନ ହେବାରୁ ଲୋକଙ୍କ ଭିତରେ ଆହୁରି ଅଧିକ ଅସନ୍ତୋଷ ସୃଷ୍ଟି କରିଛି। ଏଭଳି ଅବସ୍ଥା ଲାଗି ରହିଲେ, ଆଗାମୀ ଦିନରେ ଲୋକେ ପୁଣି ଫେଡ୍‌କୋ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe