ଧାନ ବିଲରେ ଝୁଲିଛି ଜିଅନ୍ତା ବିଦ୍ୟୁତ୍‌ ତାର

Advertisment
ଧାନ ବିଲରେ ଝୁଲିଛି ଜିଅନ୍ତା ବିଦ୍ୟୁତ୍‌ ତାର

ବାଲିପାଟଣା: ବାଲିପାଟଣା ବିଦ୍ୟୁତ ସବ୍‌ସେଷ୍ଟନଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଚଣାହଟା-ରାଜସ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟଟି ଗିରିଙ୍ଗ ମାଇନର୍‌ କେନାଲ ଭିତରକୁ ଓଲଟି ପଡ଼ିଛି। କେବଳ ଓଲଟି ପଡ଼ିନି, ମାମମାସ ଧରି ସେଥିରେ ବିଦ୍ୟୁତ୍‌ ସରବରାହ ବି ଚାଲୁ ରହିଛି। ବିଦ୍ୟୁତ୍‌ ପ୍ରବାହିତ ହେଉଥିଲେ ବି ବିଭାଗ ପକ୍ଷରୁ ଏହାର ମରାମତି ହେଉ ନଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଚାଷୀଙ୍କ ମଧୢରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଲୋକେ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧୢ ଆଜି ପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର ବ୍ୟବସ୍ଥା ହେଉ ନଥିବା ଅଭିଯୋଗ ହୋଇଛି। ଖୁଣ୍ଟ ସହ ତାର ମାଟିରେ ପଡ଼ିଥିବାରୁ ପାଖ ବିଲକୁ ଯାତାୟାତ କରୁଥିବା କେତେକ ଚାଷୀ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିବା ଅଭିଯୋଗ ବି କରିଛନ୍ତି। ମାସମାସ ଧରି ଖୁଣ୍ଟଟି ପଡ଼ିବାରୁ ତାହା ଉପରେ ଗଛଲତା ମାଡ଼ିଗଲାଣି। ଫଳରେ ଲଟା ଭିତରେ ତାରଗୁଡ଼ିକ ଲୁଚି ରହିଛି। ଅଜାଣତରେ ଯଦି କେହି ଏହି ତାର ସ˚ସ୍ପର୍ଶରେ ଆସନ୍ତି, ତେବେ ବଡ଼ ଧରଣର ବିଦ୍ୟୁତ ଅଘଟଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତୁରନ୍ତ ଖୁଣ୍ଟ ଓ ତାର ମରାମତି କରାଯାଇ ବିଦ୍ୟୁତ ସେବାକୁ ଠିକ୍‌ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe