ଇଲେକ୍ଟି୍ରସିଆନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ଇଲେକ୍ଟି୍ରସିଆନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଏନ୍‌-୩ ଅଞ୍ଚଳରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟି୍ରରେ ଜଣେ ଇଲେକ୍ଟ୍ରିସିଆନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ନାଁ ଗୋବିନ୍ଦ ଚନ୍ଦ୍ର ପଣ୍ଡା(୪୨)। ଘର ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ। ଏଠାରେ ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ରହୁଥିଲେ। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଗୋବିନ୍ଦ ଉକ୍ତ ଫ୍ୟାକ୍ଟି୍ରକୁ ବିଦ୍ୟୁତ ମରାମତି କରିବାକୁ ଆସିଥିଲେ। ମାତ୍ର ସୋମବାର ଅପରାହ୍‌ଣ ସାଢ଼େ ୩ଟାରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ ପ୍ରକାଶ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe