ଗ୍ରାହକଙ୍କୁ ଶୋଷୁଛି ବିଦ୍ୟୁତ୍‌ ବିଭାଗ : ବିଳମ୍ବରେ ଆସୁଛି ବିଲ୍‌, ପଇଠ ଲାଗି ମାତ୍ର ୫ ଦିନ

Advertisment

ଦାୟିତ୍ବ ହସ୍ତାନ୍ତର ପାଇଁ ବିଳମ୍ବ ହୋଇଛି: ଟାଟା ପାୱାର୍‌

ଦାୟିତ୍ବ ହସ୍ତାନ୍ତର ପାଇଁ ବିଳମ୍ବ ହୋଇଛି: ଟାଟା ପାୱାର୍‌

ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

New Indian Express

ଚନ୍ଦ୍ରଶେଖରପୁର : ଶୋଷଣର ଶିକାର ହେଉଛନ୍ତି ବିଦ୍ୟୁତ୍‌ ଗ୍ରାହକ। ଏବେ ନିଆରା ଢଙ୍ଗରେ ଗ୍ରାହକଙ୍କଠାରୁ ହଜାର ହଜାର ଟଙ୍କା ଆଦାୟ କରାଯାଉଛି। ମାସିକ ବଦଳରେ ଦେଢ଼ ମାସରେ ମିଟର ରିଡିଂ ନିଆଯାଉଛି ଏବଂ ସେହି ଅନୁଯାୟୀ ୟୁନିଟ୍‌ ପିଛା ବିଲ୍‌ ଆସୁଛି। ଯେଉଁଥିପାଇଁ ଗ୍ରାହକଙ୍କୁ ନିର୍ଦ୍ଧାରିତ ଦେୟଠାରୁ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଜଣେ କି ଦୁଇ ଜଣ ନୁହଁ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ଭରତପୁର, କଳିଙ୍ଗନଗର, ଡୁମୁଡୁମା, ଶୈଳଶ୍ରୀବିହାର, କାନନବିହାର ଶତାଧିକ ଗ୍ରାହକ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଗ୍ରାହକ ନିକଟସ୍ଥ ବିଦ୍ୟୁତ୍‌ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଆଉ କିଛି ଗ୍ରାହକ କାନ, ମୁଣ୍ଡ ଆଉଁସି ବିଜୁଳି ବିଲ୍‌ ପଇଠ କରିଛନ୍ତି।

publive-image

ମିଳିଥିବା ସୂଚନା ଅନୁଯାୟୀ, ସେସୁ ଦାୟିତ୍ବରେ ଥିବା ବେଳେ ଗ୍ରାହକଙ୍କର ପ୍ରତି ମାସର ବିଦ୍ୟୁତ୍‌ ବିଲ୍‌ ୧୦ରୁ ୨୦ ତାରିଖ ଭିତରେ ଆସୁଥିଲା। ତେବେ ଗତ ଜୁଲାଇରେ ଗ୍ରାହକଙ୍କ ବିଲ୍‌ ୨୪ରୁ ୨୭ ତାରିଖ ଭିତରେ ଆସିଛି। ଫଳରେ ଗ୍ରାହକଙ୍କୁ ୧୨ରୁ ୧୫ଦିନର ଅଧିକ ବିଲ୍‌ ଦେବାକୁ ପଡ଼ିଛି। ଉଦାହରଣ ସ୍ବରୂପ, ଯଦି ଜଣେ ଗ୍ରାହକ ଦିନକୁ ୧୦ ୟୁନିଟ୍‌ ବ୍ୟବହାର କରୁଥା’ନ୍ତି, ତେବେ ସେହି ଅନୁଯାୟୀ ମାସକୁ ୩୦୦ ୟୁନିଟ୍‌ ଆସିବା କଥା। ୧୫ଦିନ ବିଳମ୍ବରେ ବିଲ୍‌ ଆସିବା ଦ୍ବାରା ଗ୍ରାହକଙ୍କୁ ୪୫୦ ୟୁନିଟ୍‌ର ଦେୟ ପଇଠ କରିବାକୁ ପଡ଼ିଛି। ୩୦୦ ୟୁନିଟ୍‌ ଲାଗି ଜଣେ ଗ୍ରାହକ ୧୩୨୫ ଟଙ୍କା ଦେବାକୁ ଥିବା ବେଳେ ୪୫୦ ୟୁନିଟ୍‌ ଲାଗି ୨୧୨୦ ଟଙ୍କା ଦେବାକୁ ପଡ଼ିଛି। ପ୍ରଥମ ୫୦ ୟୁନିଟ୍‌ ଲାଗି ୨ ଟଙ୍କା ୫୦ ହିସାବରେ ୧୨୫ ଟଙ୍କା, ଏହା ପର ୧୫୦ ୟୁନିଟ୍‌ ପାଇଁ ୪ ଟଙ୍କା ୩୦ ପଇସା ହିସାବରେ ୬୪୫ ଓ ପରବର୍ତୀ ୟୁନିଟ୍‌ଗୁଡ଼ିକ ପିଛା ୫ଟଙ୍କା ୩୦ ପଇସା ଲେଖାଏଁ ଆଦାୟ କରାଯାଉଛି। ସେହି ଦୃଷ୍ଟିରୁ ହିସାବ ନେଲେ, ମାସକୁ ୩୦୦ ୟୁନିଟ୍‌ର ବିଲ୍‌ ଦେଉଥିବା ଜଣେ ଗ୍ରାହକଙ୍କଠାରୁ ୭୯୫ ଟଙ୍କା ଅଧିକ ନିଆଯାଉଛି। ଜଣେ ଗ୍ରାହକ ୧୫୦ ୟୁନିଟ୍‌ ବାବଦରେ କାହିଁକି ୭୯୫ ଟଙ୍କା ଅଧିକ ଅର୍ଥ ଦେ‌ବେ? ଯଦି ପ୍ରତି ମାସରେ ଏଭଳି ବିଳମ୍ବିତ ବିଲ୍‌ ଆସିବ, ତେବେ ଗ୍ରାହକ ଶୋଷଣର ଶିକାର ହେବେ ନାହିଁ କି? ଲୋକଙ୍କୁ ଠକିବାର ଏହା ଏକ ନୂଆ କୌଶଳ ନୁହେଁ କି ବୋଲି କିଛି ଗ୍ରାହକ ପ୍ରଶ୍ନ କରିଛନ୍ତି।

publive-image The Financial Express

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା, ସେସୁ ଦାୟିତ୍ବରେ ଥିବା ସମୟରେ ବିଲ୍‌ ପଇଠ ଲାଗି ଗ୍ରାହକଙ୍କୁ ୧୫ ଦିନର ସମୟ ଦିଆଯାଉଥିଲା। ଗ୍ରାହକ ବି ଆଗୁଆ ବିଲ୍‌ ପଇଠ କରି ସବ୍‌ସିଡ୍‌ ଆକାରରେ ବେଶ୍‌ କିଛି ଟଙ୍କା ଲାଭ ପାଉଥିଲେ। ଏବେ ବିଲ୍‌ ପଇଠ ଲାଗି ଗ୍ରାହକଙ୍କୁ ମାତ୍ର ୫ରୁ ୭ଦିନ ସମୟ ମିଳିଛି, ତାହା ପୁଣି ଗ୍ରାହକଙ୍କ ଅଗୋଚରରେ। ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ଯଦି ୨୫ ତାରିଖରେ ବିଲ୍‌ ଆସିଛି ତେବେ ୫ଦିନ ଭିତରେ ପଇଠ ନ କଲେ ଯେଉଁ ସବ୍‌ସିଡ୍‌(ରିବେଟ୍‌) ମିଳୁଥିଲା, ତାହା ଆଉ ଦିଆଯାଉ ନାହିଁ। ଏମିତିକି ପୂର୍ବରୁ ଛୁଟି ଦିନରେ ବି ବିଦ୍ୟୁତ୍‌ ସେକ୍ସନ୍‌ରେ ବିଲ୍‌ ଆଦାୟ କରାଯାଉଥିଲା। ଟାଟା ପାୱାର ଦାୟିତ୍ବ ନେବା ପରେ ଛୁଟି ଦିନରେ କଲେକ୍ସନ କାଉଣ୍ଟର ବନ୍ଦ ରହୁଛି।

ଏ ସଂପର୍କରେ ଟାଟା ପାୱାରର ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ ସାହୁଙ୍କୁ ଯୋଗଯୋଗ କରିବାରୁ ସେ କହିଛନ୍ତି, ଦାୟିତ୍ବ ହସ୍ତାନ୍ତର ଓ ଗ୍ରହଣ ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଛି। କିଛି ଲୋକଙ୍କର ଏଭଳି ସମସ୍ୟା ହୋଇଥାଇପାରେ। ଯେଉଁମାନଙ୍କର ଏଭଳି ହୋଇଥିବ, ସେମାନେ ନୋଟିସ୍‌କୁ ଆଣିଲେ ପଦକ୍ଷେପ ନିଆଯିବ ଏବଂ ରିବେଟ୍‌ ମିଳିବ। ଏହାର ସ୍ଥାୟୀ ସମାଧାନ ଦିଗରେ ଆମେ କାର୍ଯ୍ୟ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe