ଫନିରେ ବିଦ୍ୟୁତ୍‌ ପୁନରୁଦ୍ଧାର ପ୍ରସଙ୍ଗ: ୧୧୬ କୋଟିର ହିସାବ କାହିଁ?

ଫନିରେ ବିଦ୍ୟୁତ୍‌ ପୁନରୁଦ୍ଧାର ପ୍ରସଙ୍ଗ: ୧୧୬ କୋଟିର ହିସାବ କାହିଁ?

ଭୁବନେଶ୍ବର: ଫନି ବାତ୍ୟା ପରେ ବିଦ୍ୟୁତ ପୁନରୁଦ୍ଧାର ପାଇଁ ଖର୍ଚ୍ଚ କରିବାକୁ ସରକାର ଦେଇଥିବା ୪୬୦ କୋଟି ଟଙ୍କାରୁ ୧୧୬ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ବିତରଣ ସଂସ୍ଥା ଦେଇପାରୁନାହିଁ। ସେହିଭଳି ବଳକା ଟଙ୍କା ମଧ୍ୟ ଫେରାଉ ନାହିଁ। ପୂର୍ବରୁ ସେସୁ ଏହି ବିତରଣ ଦାୟିତ୍ବରେ ଥିବାବେଳେ ଏବେ ଟିପିସିଓଡିଏଲ୍‌ ରହିଛି। ତେବେ ବଳକା ଟଙ୍କା ଫେରାଯାଉନଥିବାରୁ ଓ ଖର୍ଚ୍ଚର ହିସାବ ଦିଆଯାଉନଥିବାରୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିବା ପରେ ଦୁର୍ନୀତି ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଫନି ସମୟରେ ହେମନ୍ତ ଶର୍ମା ବିଭାଗୀୟ ସଚିବ ଥିଲେ। ଏଣୁ ସେହି ସମୟରେ କୋଟି କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର ଅଭିଯାନର ପ୍ରଦୀପ ପ୍ରଧାନ।

ସୂଚନା ମୁତାବକ, ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିର ଭରଣା କରିବା ପାଇଁ(ମରାମତି ଓ ପୁନରୁଦ୍ଧାର) ସରକାର ସେସୁ ଓ ନେସ୍କାକୁ ବିଭିନ୍ନ ପର୍ଯ୍ୟାୟରେ ୪୬୦ କୋଟି ଟଙ୍କା ଦେଇଥିଲେ। ଏଥିରୁ ନେସ୍କୋ ୧୦ କୋଟି ନେଇଥିବା ବେଳେ ୧୦ କୋଟିର ବିନିଯୋଗ ପ୍ରମାଣପତ୍ର ଦାଖଲ କରିଥିଲା। ହେଲେ ସେସୁ କେବଳ ୩୪୩ କୋଟି ୨୩ ଲକ୍ଷ ୯୦ ହଜାର ୩୫୪ ଟଙ୍କାର ଖର୍ଚ୍ଚ ହିସାବ ଦେଇ ପାରିଥିଲା। ଆଉ ୧୧୬ କୋଟି ୭୬ ଲକ୍ଷ ୯ ହଜାର ୬୪୬ ଟଙ୍କାର ହିସାବ ମିଳୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe