ଏନ୍‌ଏଚ୍ ଅବରୋଧ ପରେ ଆରମ୍ଭ ହେଲା ବିଦ୍ୟୁତ୍ ମରାମତି, ଫେଡ୍‌କୋ ଉପରେ ବଢ଼ୁଛି ଅସନ୍ତୋଷ

Advertisment
ଏନ୍‌ଏଚ୍ ଅବରୋଧ ପରେ ଆରମ୍ଭ ହେଲା ବିଦ୍ୟୁତ୍ ମରାମତି, ଫେଡ୍‌କୋ ଉପରେ ବଢ଼ୁଛି ଅସନ୍ତୋଷ

bloemfonteincourant.co.za

ଖଣ୍ଡଗିରି : ଯାଁଳାରେ ସରିପାରୁନି ବିଦ୍ୟୁତ୍ ମରାମତି କାମ। ଫଳରେ ଏବେ ବି ପ୍ରାୟ ୪୦ ପ୍ରତିଶତ ଲୋକ ଅନ୍ଧାର ଓ ଅସହ୍ୟ ଗରମରେ କଲବଲ ହେଉଛନ୍ତି। ତେଣୁ ବୁଧବାର ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହା ପରେ ଉଭୟ ସେସୁ ଓ ଫେଡ୍‌କୋ ଅଧିକାରୀମାନେ ଚେତିଥିଲେ ଓ ମରାମତି କାମ ଆରମ୍ଭ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଫେଡ୍‌କୋ ଉପରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କର୍ମଚାରୀ ଅଭାବ ବାହାନାରେ ଫେଡ୍‌କୋର ମରାମତି କାମ ବିଳମ୍ବିତ ହେଉଥିବା ଅଭିଯୋଗ ହେଉଛି। ଗତ ୩ ଦିନ ହେଲା ଯାଁଳା ଅଞ୍ଚଳରେ ବିଦ୍ୟୁତ୍ ସେବା ଆରମ୍ଭ ହୋଇଛି। ମାତ୍ର ୬୦ ପ୍ରତିଶତ ଲୋକଙ୍କୁ ଏହି ସେବା ମିଳିଛି। ଓଗାଳପଡ଼ାସ୍ଥିତ ଗାନ୍ଧୀ କୁଷ୍ଠାଶ୍ରମ କଲୋନି, ଓଗାଳପଡ଼ା ମା ବାଟ ଭୁଆସୁଣୀ ମନ୍ଦିର କଲୋନି ଓ ଯାଁଳା ମେଡିକାଲ ନିକଟ କଲୋନିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। ଏମିତିକି ମରାମତି କାମ ମଧ୍ୟ ବିଳମ୍ବିତ ହେଉଥିଲା। ତେଣୁ ଆଜି କୁଷ୍ଠାଶ୍ରମର ଶତାଧିକ ଅନ୍ତେବାସୀଙ୍କ ସହ ସ୍ଥାନୀୟ ଅନ୍ୟ କଲୋନିମାନଙ୍କରୁ ଶହ ଶହ ଲୋକ ସେସୁ ଓ ଫେଡ୍‌କୋ କାର୍ଯ୍ୟାଳୟରେ ହୋ-ହଲ୍ଲା କରିଥିଲେ। କିନ୍ତୁ କର୍ମଚାରୀ ଅଭାବ ଦର୍ଶାଇ ଉଭୟ ବିଭାଗ ସେମାନଙ୍କ କଥା ଶୁଣି ନଥିଲେ। ପରେ ବାଧ୍ୟ ହୋଇ ଓଗାଳପଡ଼ ବଜାର ଛକରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ମାତ୍ର ୧୦ ମିନିଟ୍‌ ଭିତରେ ଶହ ଶହ ଯାନବାହାନ ଉଭୟ ପାର୍ଶ୍ବରେ ଅଟକି ଯାଇଥିଲା। ପରିସ୍ଥିତି ବିଗିଡ଼ିବା ଦେଖି ଯାଁଳା ଫାଣ୍ଡି ପୁଲିସ ତୁରନ୍ତ ସେସୁ ଓ ଫେଡ୍‌କୋ ଅଧିକାରୀମାନଙ୍କୁ ଧରି ଘଟଣାସ୍ଥଳକୁ ଯାଇଥିଲେ। ସଙ୍ଗେ ସଙ୍ଗେ କାମ ଆରମ୍ଭ ହେବ ବୋଲି କହିବା ପରେ ଲୋକେ ଧାରଣାରୁ ହଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe