୫କୋଟିର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜଳିଗଲା: ଡିଜେ ଗୋଦାମରେ ନିଆଁ

Advertisment

ଆଜି ଆଇଗିଣିଆ ଆଳୁଗଦି ନିକଟରେ ଥିବା ‘ରିୟଲ ସାଉଣ୍ଡ’ ଡିଜେ ସାମଗ୍ରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫କୋଟିରୁ ଅଧିକ ଟଙ୍କା ମୂଲ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ଆଜି ଆଇଗିଣିଆ ଆଳୁଗଦି ନିକଟରେ ଥିବା ‘ରିୟଲ ସାଉଣ୍ଡ’ ଡିଜେ ସାମଗ୍ରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫କୋଟିରୁ ଅଧିକ ଟଙ୍କା ମୂଲ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

hfhfbbv

ଖଣ୍ଡଗିରି: ଆଜି ଆଇଗିଣିଆ ଆଳୁଗଦି ନିକଟରେ ଥିବା ‘ରିୟଲ ସାଉଣ୍ଡ’ ଡିଜେ ସାମଗ୍ରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫କୋଟିରୁ ଅଧିକ ଟଙ୍କା ମୂଲ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଜଳି ଯାଇଥିବା ସାମଗ୍ରୀ ମଧ୍ୟରେ ଦାମୀ ମ୍ୟୁଜିକ୍‌ ସିଷ୍ଟମ୍‌, ଆମ୍ପ୍ଲିଫାୟାର୍‌, ଡିଜେ ସାଉଣ୍ଡ ବକ୍ସ, ଲାଇଟ୍‌ ଆଦି ରହିଛି। ଗୋଦାମ ପ୍ରଥମ ମହଲାରେ ଥିବାରୁ ନିଆଁ ଆୟତ୍ତ କରିବା ସମୟରେ ଦମକଳ ବାହିନୀକୁ ନାକେଦମ୍‌ ହେବାକୁ ପଡ଼ିଛି। ପ୍ରାୟ ୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲେ ମଧ୍ୟ ଗୋଟିଏ ହେଲେ ସାମଗ୍ରୀ ଉଦ୍ଧାର କରାଯାଇ ପାରିନାହିଁ। ନିଆଁରେ ଜଳିଥିବା ସାମଗ୍ରୀ ନଷ୍ଟ ହୋଇଯାଇଥିବା ବେଳେ ପାଣିମାଡ଼ରେ ଭଲ ଥିବା ସାମଗ୍ରୀ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ଓ କମ୍ପ୍ୟୁଟର୍‌ ଅଚଳ ହୋଇ ଯାଇଛି। 

ଗୋଦାମର କର୍ମଚାରୀଙ୍କ କହିବା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ‌ଗୋଦାମରେ ଥିବା ୬ଜଣ କର୍ମଚାରୀ ଏହି ଶବ୍ଦ ଶୁଣି ବୋମା ମାଡ଼ ଭାବି ବାହାରକୁ ଧାଇଁ ପଳାଇଥିଲେ। ପେଟି ଓ ପ୍ଲାଷ୍ଟିକ୍‌ ଥିବାରୁ ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା। ସମଗ୍ର ପରିବେଶ ଧୂଆଁମୟ ହୋଇଯାଇଥିଲା। ଧୂଆଁ ଏତେ ବଢ଼ିଯାଇଥିଲା ଯେ ଗୋଦାମ ପାଖରେ ଛିଡ଼ା ହୋଇ ରହିବା ମୁସ୍କିଲ୍‌ ହୋଇଯାଇଥିଲା। ପାଖରେ କାର୍ଯ୍ୟାଳୟ ଥିଲେ ମଧ୍ୟ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଦମ୍‌କଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ, ୫ଟି ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ। ପ୍ରଥମ ମହଲାରେ ନିଆଁ ଲାଗିବା ଫଳରେ ତଳେ ଛିଡ଼ା ହୋଇ ପାଣିମାଡ଼ କରିବା ସମ୍ଭବ ହୋଇନଥିଲା। ସିଡ଼ିରେ ଉପରମହଲାକୁ ଯାଇ ନିଆଁ ଲିଭାଇବା କାଠିକର ପାଠ ହୋଇଥିଲା। ଲୋକ ଗଦା ହୋଇଯିବା ଫଳରେ ରାସ୍ତାରେ କିଛି ସମୟ ପାଇଁ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। 

ଅଗ୍ନିକାଣ୍ଡ‌ରେ ଗୋଦାମ ଏଭଳି ହୁତୁହୁତୁ ହୋଇ ଜଳିଯିବା ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। ଅଗ୍ନିନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ସେ ନେଇ ସନ୍ଦେହ ହୋଇଛି। ଅଗ୍ନିଶମ ବିଭାଗ ଏ ନେଇ ତନାଘନା ଚଳାଇଛି। କୁବେରପୁରୀ ମଧ୍ୟରେ ଅନେକ ଗୋଦାମ ରହିଥିବାରୁ ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ଦାବି ହୋଇଛି। ପୂର୍ବରୁ ସତ୍ୟନଗରରେ ମଧ୍ୟ ଏଭଳି ଗୋଦାମ ଜଳି ଯାଇଥିଲା। ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ବିଭାଗ କଠୋର ହେଉ ନଥିବାରୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe