ହାତୀପଲରେ ମିଶି ପାରୁନି ନରହନ୍ତା ଦନ୍ତା, ଆଠଗଡ଼ ଜଙ୍ଗଲକୁ ଯିବ!

ମଞ୍ଚସ୍ଥ ହେଲା ‘ମଜାରେ ମଜାରେ’

ହାତୀପଲରେ ମିଶି ପାରୁନି ନରହନ୍ତା ଦନ୍ତା, ଆଠଗଡ଼ ଜଙ୍ଗଲକୁ ଯିବ!

ଖଣ୍ଡଗିରି: ରବିବାର ପିପିଲିରେ ଚାରି ଜଣଙ୍କୁ ଦଳି ଦେଇଥିବା ନରହନ୍ତା ଦନ୍ତା ହାତୀ ସୋମବାର ରାତିରେ ଚନ୍ଦକା ଜଙ୍ଗଲକୁ ଚାଲି ଯାଇଛି। ତା’ ଉପରେ ତୀକ୍ଷ୍‌ଣ ନଜର ରଖିଥିବା ବନ କର୍ମଚାରୀମାନେ ମଙ୍ଗଳବାର ଦିନତମାମ୍ ତାକୁ ଅଭୟାରଣ୍ୟ ଉପକଣ୍ଠରେ ଦେଖିବାକୁ ପାଇନଥିବା ସୂଚନା ଦେଇଛନ୍ତି। ତେଣୁ ସେ ଚନ୍ଦକା ହସ୍ତୀ ଅଭୟାରଣ୍ୟ ଭିତରେ ରହିଥିବା ସ୍ପଷ୍ଟ ହୋଇଛି। ତେବେ ଦୀର୍ଘ ବର୍ଷ ଧରି ଦଳଛଡ଼ା ହୋଇ ଯାଇଥିବା ଏହି ଦନ୍ତା ଏବେ ଚନ୍ଦକା ଜଙ୍ଗଲରେ ଥିବା ହାତୀପଲଙ୍କ ସହ ମିଶିବା ସମ୍ଭାବନା ନଥିବାରୁ ସେ ଆଠଗଡ଼ ଜଙ୍ଗଲକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି। ଏବେ ଚନ୍ଦକା ଅଭୟାରଣ୍ୟର ଡମପଡ଼ା ରେଞ୍ଜରେ ପ୍ରାୟ ୧୮ଟି ହାତୀ ଡେରା ପକାଇଛନ୍ତି। ସେହିଭଳି ଭରତପୁର ସଂରକ୍ଷିତ ଜଙ୍ଗଲରେ ମଧ୍ୟ ୩ଟି ହାତୀ ରହିଛନ୍ତି। ମାତ୍ର ପିପିଲିରେ ମଣିଷ ମାରିଥିବା ଦନ୍ତା କୌଣସି ଦଳରେ ମିଶିବା ସମ୍ଭାବନା ନାହିଁ। ତେଣୁ ଏବେ ତା’ ପକ୍ଷେ ଚନ୍ଦକା ଜଙ୍ଗଲରେ ଏକାକୀ ରହିବା ମୁସ୍କିଲ୍ ହୋଇପଡ଼ିବ। ସେ ପୁଣି ରାଜଧାନୀ ଉପକଣ୍ଠ ଜନବସତି ମୁହାଁ ହୋଇପାରେ କିମ୍ବା ଚନ୍ଦକା ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିବ। କିନ୍ତୁ ବନ କର୍ମଚାରୀଙ୍କ କହିବା କଥା ଶନିବାରଠାରୁ ଏହି ଦନ୍ତା ଡେଲାଙ୍ଗ, ବଳଙ୍ଗା ଓ ପିପିଲି ଅଞ୍ଚଳରେ ବୁଲିବୁଲି ଯେତିକି ସମସ୍ୟାରେ ପଡ଼ିଛି, ସେ ଆଉ ଏବେ ଜନବସତି ମୁହାଁ ହେବ ନାହିଁ। ଗତକାଲି ଦିନତମାମ ପାତ୍ରପଡ଼ା ଔଷଧୀୟ ବଗିଚାରେ ତା’ର ରହଣି କଥାକୁ ନେଇ ବନ କର୍ମଚାରୀମାନଙ୍କ କହିବା କଥା ଦନ୍ତାଟି ଭୟଭୀତ ଅବସ୍ଥାରେ ରହିଥିଲା। ଚାରି ଜଣଙ୍କୁ ମାରିଥିଲେ ବି ସେ ରକ୍ତମୁଖା ନଥିଲା। ତେଣୁ ଥରେ ଜଙ୍ଗଲରେ ପଶି ସାରିଛି ଅର୍ଥ ସେ ଏବେ ଆଉ ନିକଟ ଭବିଷ୍ୟତରେ ଜନବସତି ନିକଟକୁ ଆସିବା ସମ୍ଭାବନା ବେଶ୍ କ୍ଷୀଣ। ତେଣୁ ଏବେ ଚନ୍ଦକା ଜଙ୍ଗଲରେ ନ ରହି ସେ ଆଠଗଡ଼ ଜଙ୍ଗଲକୁ ଯିବା ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ରାତିରେ ଖୋର୍ଧା ଦେଇ ଡେଲାଙ୍ଗ ଅଞ୍ଚଳକୁ ଯାଇଥିବା ଏହି ଦନ୍ତାଟି ରବିବାର ସକାଳୁ ବଳଙ୍ଗା ଓ ପିପିଲିରେ ଚାରି ଜଣଙ୍କୁ ପାଦରେ ଦଳି ମାରି ଦେଇଥିଲା। ରବିବାର ରାତିରେ ସେ ପିପିଲିରୁ ଫେରି ରାଜଧାନୀ ଉପକଣ୍ଠ ପାତ୍ରପଡ଼ାସ୍ଥିତ ଔଷଧୀୟ ବଗିଚାରେ ପଶିଥିଲା ଓ ସେଠାରୁ ସୋମବାର ସନ୍ଧ୍ୟାରେ ବନ କର୍ମଚାରୀମାନେ ତାକୁ ଚନ୍ଦକା ଜଙ୍ଗଲ ଭିତରକୁ ଘଉଡ଼ାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe