ପୁଣି ମାକେନା ଆତଙ୍କ : ମଇଁଷି ପରେ ମଣିଷଙ୍କୁ ଟାର୍ଗେଟ୍‌

Advertisment

ବନ ବିଭାଗ ଲଗାଇଲା ସତର୍କ ସୂଚନା

ବନ ବିଭାଗ ଲଗାଇଲା ସତର୍କ ସୂଚନା

ପୁଣି ମାକେନା ଆତଙ୍କ : ମଇଁଷି ପରେ ମଣିଷଙ୍କୁ ଟାର୍ଗେଟ୍‌

ଚନ୍ଦ୍ରଶେଖରପୁର : ଗତ କିଛି ଦିନ ହେବ ଚନ୍ଦକା ଅଭୟାରଣ୍ୟରେ ବିଚରଣ କରୁଥିବା ମାକେନା ହାତୀ ପ୍ରାୟ ୨୦ଟି ମଇଁଷିକୁ ମାରି ସାରିବା ପରେ ଏବେ ସାଧାରଣ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଛି। ଚନ୍ଦକା-କଳିଙ୍ଗ ଷ୍ଟୁଡିଓ ଓ ଚନ୍ଦକା-ଇନ୍‌ଫୋସିଟି ରାସ୍ତାରେ ରାତିଅଧରେ ମାକେନା ଲୋକଙ୍କୁ ଆକ୍ରମଣ କରିବା ପାଇଁ ରାସ୍ତା କଡ଼ରେ ଲୁଚି ରହୁଥିବା ଦେଖିବାକୁ ମିଳିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ମାକେନା ପ୍ରତି ସାବଧାନ ରହିବା ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୂଚନା ପୋଷ୍ଟର୍‌ ଲାଗିଛି। ଏହି ପୋଷ୍ଟର୍‌ ଚନ୍ଦକା ଓ ତା’ର ଆଖପାଖ ଅଞ୍ଚଳ ଅନ୍ଧାରୁଆ, ସୁନ୍ଦରପୁର, ବାରମାଣ, ପଥରଗାଡ଼ିଆ, ସାଁପୁର, ମଳିପଡ଼ା, ଗୋଠପାଟଣା, କଣ୍ଟାବାଡ଼, ଦାରୁଠେଙ୍ଗ, ନୀଳାଦ୍ରିବିହାର ବସ୍ତି, ପଣ୍ଡାପାର୍କ ବସ୍ତି, ଚୂନକୋଳି, ଦାସପୁର, ଚିରଗାଲଟୋଲା ବସ୍ତି, ଇନ୍‌ଫୋସିଟି ମୁଣ୍ଡାସାହି, ଅଳଶୁଆ ଅଞ୍ଚଳରେ ପୋଷ୍ଟର ସହ ମାଇକ୍‌ରେ ଘୋଷଣା କରାଯାଇଛି।

ଭରତପୁର ଜଙ୍ଗଲରେ ରହୁଥିବା କିଛି ହାତୀ ରାତିରେ ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିବା ପୋଷ୍ଟରରେ ଦର୍ଶାଯାଇଛି। ହାତୀ ବୁଲୁଥିବା ସୂଚନା ପାଇଲେ ତୁରନ୍ତ ବନ ଅଧିକାରୀଙ୍କୁ ସୂଚନା ଦେବାନେଇ ସ୍ୱତନ୍ତ୍ର ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଏହି ଅଞ୍ଚଳରେ ମାକେନା ଓ ଅନ୍ୟ କିଛି ହାତୀ ବୁଲାବୁଲି କରୁଥିବା ବେଳେ ଇନ୍‌ଫୋସିଟି ଓ ନୀଳାଦ୍ରିବିହାରକୁ ଲାଗି ରହିଥିବା ହାତୀ ରେଞ୍ଜକୁ ଲୋକମାନେ ପୋତି ଅଭୟାରଣ୍ୟ ଭିତରକୁ ପଶି କାଠ ଚୋରି କରୁଛନ୍ତି। ଏହା ବ୍ୟତୀତ ଅନେକ ସ୍ଥାନରେ ଅଭ୍ୟାରଣ୍ୟ ପାଚେରି ଭାଙ୍ଗିଯାଇଥିବାରୁ ହାତୀ ଜନବସତିରେ ପଶିବାରେ ଲାଗିଛନ୍ତି। ଅଭୟାରଣ୍ୟକୁ ଅନଧିକାର ପ୍ରବେଶ କରୁଥିବା ଲୋକଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe