କରଞ୍ଜିଆରୁ ଆସି ନନ୍ଦନକାନନରେ ପହଞ୍ଚିଲା ଗୁରୁତର ଦନ୍ତା

ନନ୍ଦନକାନନକୁ କରଞ୍ଜିଆ ବନଖଣ୍ଡର ପୋକମୁଣ୍ଡା ଗ୍ରାମ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ଦନ୍ତା ହାତୀ ଆସିଛି। ଯାହାର ବୟସ ୫ ରୁ ୬ ବର୍ଷ ମଧ୍ୟରେ ହେବ। ହାତୀର ଏକ୍ସରେ କରାଯାଇ ଯାଞ୍ଚ କରାଯାଉଛି।

ଭୁବନେଶ୍ୱର: ନନ୍ଦନକାନନକୁ କରଞ୍ଜିଆ ବନଖଣ୍ଡର ପୋକମୁଣ୍ଡା ଗ୍ରାମ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ଦନ୍ତା ହାତୀ ଆସିଛି। ଯାହାର ବୟସ ୫ ରୁ ୬ ବର୍ଷ ମଧ୍ୟରେ ହେବ। ହାତୀଟି ଏକ ପଥର ଖାଦାନ ଭିତରେ ପଡି ଗୁରୁତର  ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହାତୀଟି ଛିଡା ହୋଇ ପାରୁନଥିବା ସୂଚ଼ନା ଦିଆଯାଇଛି।

 ତାକୁ କରଞ୍ଜିଆ ବନଖଣ୍ଡର କର୍ମଚାରୀମାନେ ଏକ ଟ୍ରକରେ ଲଦି ଆଣି ନନ୍ଦନକାନନରେ ପହଞ୍ଚାଇଛନ୍ତି। ନନ୍ଦନକାନନକୁ ଓୟୁଏଟିର ପ୍ରାଣୀ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଆସି ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ଏକ୍ସରେ କରାଯାଇ ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe