ଚନ୍ଦ୍ରଶେଖରପୁର : ରାତିରେ ବୁଲୁଛି ଦନ୍ତା

Advertisment
ହାତୀ ଆକ୍ରମଣରେ ୪ ମୃତ

News Post

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଓ ଏହାର ଆଖାପାଖ ଅଞ୍ଚଳରେ ରାତିରେ ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ପଥରଗାଡ଼ିଆ, ଅନ୍ଧାରୁଆ ଓ ଚନ୍ଦକା ଅଞ୍ଚଳର ଲୋକମାନେ ବିଳମ୍ବିତ ରାତିରେ ଏହି ରାସ୍ତାରେ ଯାତାୟାତ କରୁଥିବାରୁ ହାତୀ ଭୟରେ ସେମାନ‌େ ଛାନିଆ ହୋଇପଡ଼ିଥିବା ଜଣାପଡ଼ିଛି। ଗତକାଲି ରାତିରେ ଲୋକେ ଦନ୍ତା ହାତୀକୁ ଏହି ରାସ୍ତାରେ ଦେଖିଥିଲେ। ଏକ ନିର୍ମାଣାଧୀନ କୋଠାର ପାଚେରି ଭାଙ୍ଗିବା ସହ ଏକ କ୍ୟାବିନ୍‌କୁ ଠେଲି ଦେଇ ହାତୀଟି ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଲୋ‌କେ ବନ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ସକାଳ ହେବା ପୂର୍ବରୁ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବନ ବିଭାଗ ଏହି ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe