କୁଡ଼ିଆ ଭାଙ୍ଗିଦେଲେ ହାତୀ, ବର୍ତ୍ତିଗଲେ ଦମ୍ପତି

‌କ୍ଷେତରେ ଫସଲ ଜଗିଥିଲେ ଚାଷୀ, ଦଳି ମାରିଲା ହାତୀ

Elephant Nature Park

ଚନ୍ଦ୍ରଶେଖରପୁର: ଗତ ବିଳମ୍ବିତ ରାତିରେ ଭରତପୁର ସଂରକ୍ଷିତ ଜଙ୍ଗଲର ହାତୀମାନେ ଚନ୍ଦକା ଥାନା ପଥରଗାଡ଼ିଆରେ ଏକ କୁଡ଼ିଆକୁ ଭାଙ୍ଗି ଦେଇଛନ୍ତି। ମାତ୍ର ସୌଭାଗ୍ୟକୁ କୁଡ଼ିଆରେ ଶୋଇଥିବା ରଞ୍ଜନ ନାଏକ ଓ ତାଙ୍କ ସ୍ତ୍ରୀ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂରକ୍ଷିତ ଜଙ୍ଗଲର ପାଚେରିକୁ ଅଧିକ ଉଚ୍ଚ ଓ ଓସାରିଆ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଉଛି। ସୂଚନାନୁସାରେ, ଗତକାଲି ଭରତପୁର ସଂରକ୍ଷିତ ଜଙ୍ଗଲର ୪ଟିକିଆ ଏକ ହାତୀପଲ ପଥରଗାଡ଼ିଆ ଅଞ୍ଚଳକୁ ପଶି ଆସିଥିଲେ।

ଭୋର୍ ସମୟରେ ଜଙ୍ଗଲକୁ ଫେରିବା ବେଳେ ଗାଁଠୁ କିଛି ଦୂରରେ ନିକାଞ୍ଚନ ସ୍ଥାନରେ ଥିବା ରଞ୍ଜନଙ୍କ କୁଡ଼ିଆକୁ ଦେଖି ଭାଙ୍ଗି ପକାଇଥିଲେ। କୁଡ଼ିଆର ଛପରକୁ ଟାଣି ପକାଇବା ସହ ଗୋଟିଏ କାନ୍ଥକୁ ପେଲି ଭାଙ୍ଗି ଦେଇଥିଲେ। ପରେ ସେମାନେ ଚାଲିଯାଇଥିଲେ। ରଞ୍ଜନ ଓ ତାଙ୍କ ସ୍ତ୍ରୀ ପାଟି ନ କରିବାରୁ ହାତୀଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିଲେ। ଖବର ପାଇ ବନବିଭାଗର କିଛି କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ। ତେବେ ରଞ୍ଜନ ସରକାରୀ ଜମିରେ କୁଡ଼ିଆ କରି ରହୁଥିବାରୁ ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନଥିଲା। ଜଣେ ଫରେଷ୍ଟର ନିଜ ପକେଟରୁ ମାତ୍ର ୫ଶହ ଟଙ୍କା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe