ବିମାନବନ୍ଦରରୁ ୧୧, ରେଳ ଷ୍ଟେସନରୁ ୩ ଆକ୍ରାନ୍ତ ଚିହ୍ନଟ

ସମସ୍ତ ୧୪ ଆକ୍ରାନ୍ତଙ୍କୁ ସମ୍‌ରେ ଭର୍ତ୍ତି କରାଗଲା

ପୂର୍ବତଟ ରେଳପଥର ୧୩ ଷ୍ଟେସନ୍‌ରେ ସ୍ଥାପନ ହେବ କିଓସ୍କ

ଭୁବନେଶ୍ବର : ରାଜଧାନୀକୁ ଏବେ ମୁମ୍ବାଇ ଫେରନ୍ତା ଭୟ ଘାରିଛି। ରାଜଧାନୀରେ ଏବେ ସୁଦ୍ଧା ପ୍ରାୟ ୫୦ରୁ ଅଧିକ ମୁମ୍ବାଇ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ଆଜି ଆଉ ୧୧ଜଣ ସାମିଲ୍‌ ହୋଇଛନ୍ତି।

ବିଏମ୍‌ସିର ସୂଚନା ଅନୁଯାୟୀ, ମୁମ୍ବାଇ ଓ ପୁଣେରୁ ଆସିଥିବା ୭ଟି ବିମାନର ଯାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ ପରେ ଲକ୍ଷଣ ଥିବା କିଛି ଯାତ୍ରୀଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଆଜି ମୋଟ୍‌ ୩୧୩ଜଣଙ୍କର କୋଭିଡ୍‌ ପରୀକ୍ଷା ହୋଇଥିବାବେଳେ ୧୧ଜଣଙ୍କର ପଜିଟିଭ୍ ଅାସିଥିଲା। ସମସ୍ତ ଯା‌ତ୍ରୀ ମୁମ୍ବାଇ ଓ ପୁଣେ ଫେରନ୍ତା। ଯାତ୍ରୀମାନେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବିମାନବନ୍ଦରରୁ ସେମାନଙ୍କୁ ସମ୍‌ ହସ୍ପିଟାଲକୁ ପଠାଯାଇଥିଲା। ସେହିପରି ଭୁବନେଶ୍ବର ରେଳଷ୍ଟେସନରୁ ଆଜି ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରେଳ ଷ୍ଟେସନରେ ସମସ୍ତ ଯାତ୍ରୀଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିବାବେଳେ କିଛି ଯାତ୍ରୀଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଏଥିରୁ ୩ଜଣଙ୍କର ପଜିଟିଭ୍ ଆସିଥିଲା। ଏହି ତିନି ଜଣଙ୍କୁ ଷ୍ଟେସନ୍‌ରୁ ସମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପାର୍କ ଓ ଦୋକାନରୁ ୧୩ ହଜାର ଜରିମାନା
ଭୁବନେଶ୍ବର ): କୋଭିଡ୍‌ କଟକଣା ନ ମାନି ପାର୍କରେ ବୁଲିବା ଓ ସପିଂ କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଆଜି ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ଫରେଷ୍ଟ ପାର୍କ ଓ ଆଇଜି ପାର୍କରେ ଚଢ଼ଉ କରାଯାଇଥିଲା। ଏଥିରେ ଯେଉଁମାନେ ମାସ୍କ ପିନ୍ଧି ଆସିନଥିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହୋଇଥିଲା। ଦୁଇଟି ପାର୍କରୁ ୩ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ସେହିପରି ମନମନ୍ଦିର ଓ ଖାଦିମ୍‌ସ ସୋ’ରୁମ୍‌ରେ କୋଭିଡ୍‌ କଟକଣା ଉଲ୍ଲଂଘନ ହୋଇଥିବାରୁ ଏଠାରୁ ୫ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ ହୋଇଥିଲା। ଏହିପରି ମୋଟ୍‌ ୧୩ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe