ଏଲିଟ୍‌ ଷ୍ଟୁଡିଓ ୨୦୧୮ ମେରେ ରସ୍‌କେ କମର୍‌...

Advertisment
ଏଲିଟ୍‌ ଷ୍ଟୁଡିଓ ୨୦୧୮ ମେରେ ରସ୍‌କେ କମର୍‌...

ଭୁବନେଶ୍ୱର : ନୂଆବର୍ଷରେ ଚିର ସବୁଜ ବଲିଉଡ୍‌ ଗୀତରେ ଝୁମିବାର ଅବସର ଆଣିଥିଲା ଏଲାଇଟ୍‌ ଷ୍ଟୁଡିଓ ୨୦୧୮। ଏଲାଇଟ୍‌ ମ୍ୟୁଜିକ୍‌ ସର୍କଲ୍‌ସ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ସଂଗୀତ ସନ୍ଧ୍ୟାରେ ବେଦର୍ଦି ବଲ୍‌ମା.., ଆଓ ହୁଜୁର୍‌.., ଚୁଲା ଲିୟା.., ମେରେ ରସ୍‌କେ କମର୍‌.., ମୌଲା ମେରେ.., ବାହୋଁ କେ ଦରମିୟାଁ.., ତୁ ଚିଜ୍‌ ବଡ଼ି ହୈ.., କାଞ୍ଚିରେ କାଞ୍ଚି..ଭଳି ୨୪ଟି ମନଛୁଆଁ ଗୀତ ଶୁଣିବାକୁ ମିଳିଥିଲା।

ସଂଗୀତ ନିର୍ଦେଶକ ବିଦ୍ୟୁତ ରୟଙ୍କ ସଂଗୀତ ନିର୍ଦେଶନାରେ ଗୌତମ, କୁମାର ବିଷ୍ଣୁ, ସୁରଜ, ବିଶ୍ୱରଂଜନ, ଲୋଭା, ବବିତା, କୌଶିକ୍‌, ଶ୍ୱେତା, ଜ୍ୟୋତି, ସିଦ୍ଧାନ୍ତ, ଅଙ୍କିତା ଓ ଅମ୍ରିତା ଗୀତ ବୋଲିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଗୁଲ୍‌ସନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe