ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ରାଧାନାଥ ରାୟ ଥିଲେ ଜନମାନସର କବି

Advertisment
ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ରାଧାନାଥ ରାୟ ଥିଲେ ଜନମାନସର କବି

ଭୁବନେଶ୍ୱର: କବିବର ରାଧାନାଥ ରାୟଙ୍କ କବିତାରେ ପାଶ୍ଚାତ୍ୟ ପ୍ରଭାବ ଥିଲା। କିନ୍ତୁ ତାଙ୍କ କାବ୍ୟ କବିତା ଜନମାନସକୁ ଗଭୀର ଭାବେ ପ୍ରଭାବିତ କରୁଥିଲା। ତାଙ୍କ କାଳଜୟୀ ରଚନାବଳୀ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ଆୟୋଜିତ କବିବରଙ୍କ ୧୪୭ତମ ଜୟନ୍ତୀରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଏପରି ମତବ୍ୟକ୍ତ କରିଛନ୍ତି।

ବିଭାଗ ପକ୍ଷରୁ ପିଏମ୍‌ଜି ଛକସ୍ଥିତ କବିବରଙ୍କ ପ୍ରତିମୂର୍ତ୍ତି ନିକଟରେ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା। ଏଥିରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ. ମିନତି ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ସତ୍ୟ ଜେନା, ଜୟ ଓଡ଼ିଶା ସଙ୍ଗଠନର ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଜ୍ୟୋତିପ୍ରଭା ସମ୍ପାଦକ ଆଶୁତୋଷ ସାମନ୍ତରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଡ. ଅସିତ ଦାସ, ଭିକାରୀ ଚରଣ ସାହୁ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ମହିଳା ଆୟୋଗ ଅଧ୍ୟକ୍ଷା ଡ. ବେହେରା ଓ ଜୟ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟଙ୍କୁ କବିବର ରାଧାନାଥ ରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe