କର୍ମଚାରୀ ରାଜ୍ୟ ବୀମା ନିଗମର ୭୦ ତମ ପ୍ରତିଷ୍ଠା ଦିବସ

Advertisment
କର୍ମଚାରୀ ରାଜ୍ୟ ବୀମା ନିଗମର ୭୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର:କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ୭୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଆପୋଲୋ ହସ୍ପିଟାଲ୍‌ର ସିଇଓ ସୁଧୀର ଏମ୍‌ ଦିଗିକର୍‌, ଆମ୍ରି ହସ୍ପିଟାଲ୍‌ର ସିଇଓ ନୀଳାଞ୍ଜନା ମୁଖାର୍ଜୀ, ସମ୍ମାନିତ ଅତିଥି ଭାବେ ଇଏସଆଇସିର ରାଜ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲ୍‌ ମୋହନ ମିଶ୍ର ଓ ଇଏସ୍‌ଆଇସିର ଉପ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ ଯୋଗ ଦେଇଥିଲେ।

ଇଏସଆଇସି ପକ୍ଷରୁ କର୍ମଚାରୀଙ୍କ ପାଇଁ କରାଯାଉଥିବା ବହୁବିଧି ଯୋଜନା ଓ ତାହାର ସଫଳ ରୂପାୟନକୁ ଅତିଥିମାନେ ପ୍ରଶଂସା କରିଥିଲେ। ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇ କହିଥିଲେ, ଇଏସ୍‌ଆଇ ଏକ ବହୁମୁଖୀ ସାମାଜିକ ସୁରକ୍ଷା ଯୋଜନା। ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୮ ଲକ୍ଷ ଇଏସ୍‌ଆଇ ହିତାଧିକାରୀ ରହିଛନ୍ତି। ଏହାକୁ ଆଗାମୀ ଦିନରେ ଅଧିକ ଲୋକ ଉପଯୋଗୀ କରିବା, ହିତାଧିକାରୀମାନଙ୍କ ନିକଟରେ ସହଜ ଓ ସୁବିଧାରେ ଯୋଜନା ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଥିଲେ।

ଏହି ଅବସରରେ କୋଭିଡ୍‌-୧୯ ରିଲିଫ୍‌ ସ୍କିମ୍‌ ଅନ୍ତର୍ଗତ ସୁବିଧା ତିନୋଟି ନିର୍ଭରଶୀଳ ପରିବାରକୁ ପ୍ରଦାନ କରାଯାଇଥିଲା। ସାମାଜିକ ସୁରକ୍ଷା ଅଧିକାରୀ ମୌସୁମୀ ଦେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଭୁଦତ୍ତ ଓଝା, ସହାୟକ ନିର୍ଦ୍ଦେଶକ ବିଶ୍ବମୋହନ ପାଣିଗ୍ରାହୀ, ସାମାଜିକ ସୁରକ୍ଷା ଅଧିକାରୀ ଦୁଃଖୀଶ୍ୟାମ ରାଉତ ପ୍ରମୁଖ ‌ସହଯୋଗ କରିଥିଲେ। ଶତାବ୍ଦୀ ତନୟା ସାହୁ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe