ଜଳସମ୍ପଦ ବ୍ରଟଓଭର ଓ୍ଵାର୍କଚାର୍ଜଡ୍‌ ଏମ୍ପ୍ଲଇଜ୍‌ ୟୁନିଅନର ବିକ୍ଷୋଭ

Advertisment
ଜଳସମ୍ପଦ ବ୍ରଟଓଭର ଓ୍ଵାର୍କଚାର୍ଜଡ୍‌ ଏମ୍ପ୍ଲଇଜ୍‌ ୟୁନିଅନର ବିକ୍ଷୋଭ

ଭୁବନେଶ୍ୱର: ଜଳସମ୍ପଦ ବିଭାଗର ଏନ୍‌ଏମ୍‌ଆର ଓ ଡିଏଲଆରରୁ ଓ୍ଵାର୍କଚାର୍ଜଡ୍‍ ସଂସ୍ଥାକୁ ଆନ୍ନୀତ (ବ୍ରଟ ଓଭର) ହୋଇଥିବା କାର୍ଯ୍ୟରତ କର୍ମଚାରୀମାନେ ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ କାର୍ଯ୍ୟରତ କର୍ମଚାରୀ ନୁହନ୍ତି, ଯେଉଁମାନେ ଅବସର ଗ୍ରହଣ କରିଛନ୍ତି ଓ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଲଢ଼େଇ ଆରମ୍ଭ କରିଛନ୍ତି। ବର୍ଷ ବର୍ଷ ଧରି ଡିଏଲଆର କର୍ମଚାରୀ ଭାବରେ କାମ କରୁଥିଲେ ମଧ୍ୟ ନିୟମିତ କରାଯାଉ ନଥିବାରୁ ପୂର୍ବାହ୍ନରେ ଏହି କର୍ମଚାରୀମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ଭଞ୍ଜଙ୍କ ନେତୃତ୍ୱରେ ହଜାର ହଜାର କର୍ମଚାରୀ ଧାରଣାରେ ବସିଛନ୍ତି। ଜଳସେଚନ ବିଭାଗ ଗତ ୧୯୯୦ ମସିହା ଅପ୍ରେଲ ୧୮ ତାରିଖରେ ଏହି କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ପତ୍ର(୧୪୩୦୦) ଲେଖିଥିଲେ ମଧ୍ୟ ଅଦ୍ୟାବଧି ଏହା କାର୍ଯ୍ୟକରାରୀ ହାଇ ନାହିଁ ବୋଲି ସଭାପତି ଶ୍ରୀ ମିଶ୍ର କହିଛନ୍ତି। ସ୍ଥାୟୀ କର୍ମଚାରୀ ମାନ୍ୟତା ସହ ବର୍ତମାନ ଓ ଚାକିରି ପରବର୍ତୀ ଅବସ୍ଥାର ସୁରକ୍ଷା ନେଇ କର୍ମଚାରୀମାନେ ଫେରିବେ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିଜୟ ମହାରଣା ଓ ଶଶିଭୂଷଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିଶ୍ୱବିହାରୀ ବିଶ୍ୱାଳ, ସୁବ୍ରତ ଆଚାର୍ଯ୍ୟ, ନୂଆକର ସେଠ, କୋଷାଧ୍ୟକ୍ଷ ସରୋଜ ସ୍ୱାଇଁ ପ୍ରମୁଖଙ୍କ ସମେତ ୨ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ବିକ୍ଷୋଭରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe