ଭୁବନେଶ୍ୱର: ଇସ୍କନ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର: ଇସ୍କନ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର: ଆଜି ଇସ୍କନ ମନ୍ଦିର ସମ୍ମୁଖ ଜାତୀୟ ରାଜପଥ କଡ଼ରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବିଡିଏ ଓ ବିଏମ୍‌ସି ମିଳିତ ଭାବେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି। ଏକାଧିକ ଜେସିବି ମେସିନ ଲାଗି ଏହି ଜବରଦଖଳ ହୋଇଥିବା ସ୍ଥାନକୁ ଉଚ୍ଛେଦ କରୁଛଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷା ଋତୁର ପ୍ରଥମ ଲଘୁଚାପର ଏକ ଘଣ୍ଟା ବର୍ଷାରେ ବନ୍ୟାଜଳ ନିଷ୍କାସିତ ହୋଇ ନ ପାରିବାରୁ ଇସ୍କନ ମନ୍ଦିର ସମ୍ମୁଖରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଏମସି, ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟରେ ଟଣାଓଟରା ଲାଗିଥିଲା। ଇସ୍କନମନ୍ଦିରର ସମ୍ମୁଖଭାବରେ କିଛି ଅଂଶରେ ବେଆଇନ ଅସ୍ଥାୟୀ ନିର୍ମାଣ ଯୋଗୁଁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିବା ବିଏମସି ପକ୍ଷରୁ କୁହାଯାଇଥିଲା। ଏପରିକି ଗତ ଦୁଇ ଦିନ ତଳେ ବିଏମସି ଏ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା।
ତେବେ ଆଜି ବିଏମସି , ବିଡିଏର ଏନଫୋର୍ସମେଣ୍ଟ ସ୍କ୍ଵଡ୍‌ ସହିତ ସାଧାରଣ ପ୍ରଶାସନ ଓ ଡ୍ରେନେଜ୍‌ ଡିଭିଜନର ଅଧିକାରୀମାନେ ଉପସ୍ଥିତ ରହି ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe