Encroachment in front of the station: ରେଳଷ୍ଟେସନ୍ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ: ନୀଳମାଧବ ବସ୍ତିବାସିନ୍ଦାଙ୍କୁ କନ୍ୟାଶ୍ରମ ଟ୍ରାନ୍‌ଜିଟ୍‌ କ୍ୟାମ୍ପ୍‌କୁ ସ୍ଥାନାନ୍ତର

ଭୁବନେଶ୍ବର ରେଳଷ୍ଟେସନ୍ ପ୍ରବେଶପଥର ବିକାଶ ଚାଲିଛି। ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଫ୍ଲାଏ ଓଭର କରାଯାଉଛି। ଏହି ବିକାଶରେ ପ୍ରତିବନ୍ଧକ ସାଜିଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି।

fshsfhffhshf

ଭୁବନେଶ୍ୱର: ଭୁବନେଶ୍ବର ରେଳଷ୍ଟେସନ୍ ପ୍ରବେଶପଥର ବିକାଶ ଚାଲିଛି। ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଫ୍ଲାଏ ଓଭର କରାଯାଉଛି। ଏହି ବିକାଶରେ ପ୍ରତିବନ୍ଧକ ସାଜିଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ରେଳ ବିଭାଗର ଚିଠିକ୍ରମେ ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଯୁଗ୍ମ ଟିମ୍ ରେଳଷ୍ଟେସନ୍ ସମ୍ମୁଖରୁ ଜବରଦଖଲ ହଟାଇଛନ୍ତି। ଆଜି ୩ଟି ବାଉଁଶ ଘର ଓ ୯ଟି କ୍ୟାବିନ୍‌କୁ ହଟାଯାଇଛି। 

ସେହିଭଳି ବିଡିଏ ପକ୍ଷରୁ ଚନ୍ଦ୍ରଶେଖରପୁର କେୟାର ହସ୍ପିଟାଲ୍ ନିକଟ ନୀଳମାଧବ ବସ୍ତିରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ନୀଳମାଧବ ବସ୍ତିବାସିନ୍ଦାଙ୍କ ପାଇଁ ନୀଳମାଧବ ଆବାସ ପ୍ରକଳ୍ପରେ ୨୪୦ଟି ଘର ନିର୍ମାଣ କରାଯାଉଛି। ସେଠାରେ ନୀଳମାଧବ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ। ଏହା ପୂର୍ବରୁ ନୀଳମାଧବ ବସ୍ତିବାସିନ୍ଦାଙ୍କୁ ହଟାଯାଇଛି। ଉଚ୍ଛେଦ ପରେ ୧୨ଜଣ ହିତାଧିକାରୀଙ୍କୁ କନ୍ୟାଶ୍ରମ ଟ୍ରାନ୍‌ଜିଟ୍‌ କ୍ୟାମ୍ପ୍‌କୁ ସ୍ଥାନାନ୍ତର କରାଯାଇଛି। ଏହି ଉଚ୍ଛେଦରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଓଏସ୍‌ଡି ଦେବରାଜ ସେଠୀ, ଶୁଭ୍ରାଂଶୁ ଶେଖର ମହାନ୍ତି, ସିଦ୍ଧାନ୍ତ ସାହୁ, ଖାରବେଳ ଥାନାର ଆର୍ କେ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଅପ୍ରୀତିକର ପରିସ୍ଥିତିକୁ ଦେଖି ବିଡିଏ, ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ସହ ଉଭୟ ପୁରୁଷ ଓ ମହିଳା ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe