ସରଦେଈପୁର-ନିମାପଡ଼ା ରାସ୍ତାରୁ ହଟିବ ଜବରଦଖଲ

ସରଦେଈପୁର-ନିମାପଡ଼ା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବାଳକାଟି ଭାର୍ଗବୀ ସେତୁଠାରୁ ୩ କିମି ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସୂଚନା...

Untitled-12

ବାଲିଅନ୍ତା: ସରଦେଈପୁର-ନିମାପଡ଼ା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବାଳକାଟି ଭାର୍ଗବୀ ସେତୁଠାରୁ ୩ କିମି ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବାଳକାଟି ବଜାରଠାରୁ ମା’ ଦୁଲ୍ଲାଦେବୀ ମନ୍ଧିର ପର୍ଯ୍ୟନ୍ତ ରାସ୍ତା ଦ୍ବିତୀୟ ପର୍ଯ୍ୟାୟରେ ଉନ୍ନତୀକରଣ କରାଯିବ। ଏହି ପ୍ରମୁଖ ରାସ୍ତାରେ ପ୍ରତ୍ୟହ ବହୁ ସଂଖ୍ୟାରେ ଯାନବାହନ ପୁରୀ, କଟକ ଓ ଭୁବନେଶ୍ବର ଯାତାୟାତ କରୁଥିବାରୁ ଜନଗହଳିପୂର୍ଣ୍ଣ ହୋଇପଡ଼େ। ଟ୍ରାଫିକ୍‌ ଜାମ୍‌ ହୋଇ ପରିସ୍ଥିତି ଅଣାୟତ୍ତ ହୋଇପଡ଼େ। ତେଣୁ ଏହି ରାସ୍ତା ନବୀକରଣ ଓ ସଂପ୍ରସାରଣ ନେଇ ଯୋଜନା ରହିଛି। 
ରାସ୍ତା ସଂପ୍ରସାରଣ ପାଇଁ ପ୍ରାଥମିକ ଭାବେ ରାସ୍ତାରୁ ଜବରଦଖଳ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ମଞ୍ଜୁର ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଜି ପୂର୍ବାହ୍ନରେ ବାଲିଅନ୍ତା ତହସିଲଦାର ଲିଲନ ପ୍ରସାଦ ସାହୁ, ସୁପର୍‌ଭାଇଜର ଅମରେନ୍ଦ୍ର ମହାରଥି, ପ୍ରତାପ ଶାସନ ରାଜସ୍ବ ନିରୀକ୍ଷକ ରଶ୍ମିରଞ୍ଜନ ସାହୁ, ବାଳକାଟି ଫାଣ୍ଡି ପୁଲିସ ଟିମ୍‌ ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ମାପଚୁପ ଆରମ୍ଭ ହୋଇଛି। ଆଜି ପୁରୀ କେନାଲଠାରୁ ପଞ୍ଚାୟତରୋଡ଼ ପର୍ଯ୍ୟନ୍ତ ମାପଚୁପ କରାଯାଇ ଜବରଦଖଲ ଅଂଶ ଚିହ୍ନଟ କରାଯାଇଛି। ରାସ୍ତାରେ ଥିବା ବ୍ୟାବସାୟିକ ଅନୁଷ୍ଠାନର ଅଂଶବିଶେଷ ଓ କଲ୍ୟାଣମଣ୍ଡପ ସମ୍ମୁଖ ଅଂଶ, ପ୍ରାଚୀର ସମେତ ଏକ ଡିପୋର ଜବରଦଖଲ ଅଂଶ ଅଂଶ ଚିହ୍ନଟ କରାଯାଇଛି। ଆସନ୍ତାକାଲି ସିସିଲୋ ଛକ ପର୍ଯ୍ୟନ୍ତ ରାସ୍ତାର ଜବରଦଖଲ ଅଂଶ ଚିହ୍ନଟ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ୩୬ କୋଟି  ବ୍ୟୟ ଅଟକଳରେ ଦୁଲ୍ଲାଦେବୀ ମନ୍ଦିର ନିକଟରୁ ସାଢ଼େ ୧୧ କିମି ପର୍ଯ୍ୟନ୍ତ ରାସ୍ତା ନବୀକରଣ ଓ ସଂପ୍ରସାରଣ ପାଇଁ ଯୋଜନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe