ଡିଭାଇଡର ଉପରକୁ ଚଢ଼ିଗଲା କାର୍‌, ଦୁର୍ଘଟଣାରେ  ଯନ୍ତ୍ରୀ ଗୁରୁତର

Advertisment
ସ୍କୁଟିକୁ ପିଟିଲା ଟ୍ରକ୍‌; ଝିଅ ମୃତ, ମା’ ଗୁରୁତର

image source--news first

ପୁରୁଣା ଭୁବନେଶ୍ୱର : ଏୟାର ପୋର୍ଟ ଥାନା ଅଧୀନ ପୋଖରୀପୁଟ୍‌ ଛକ ନିକଟରେ ଏକ କାର ଧକ୍କାରେ ଜଣେ ଇଞ୍ଜିନିୟରଙ୍କ ଗୋଡ଼ ଭାଙ୍ଗି ଗୁରୁତର ହୋଇଛି। ଯନ୍ତ୍ରୀ ଜଣକ ଏକ ଡିଭାଇଡର ଉପରେ ଠିଆ ହୋଇଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇ ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଭତ୍ତି ହୋଇଥିଲେ। ଆହତ ଯୁବକ ଜଣକ ହେଲେ ବିଜୁ ପଟ୍ଟନାୟକ ବିମାନବନ୍ଦରର ସିଭିଲ ଇଞ୍ଜିନିୟର ରବି ଶଙ୍କର କୁମାର(୪୦)। ସେ ପୋଖରିପୁଟ୍‌ରେ ରହୁନ୍ତି। ରବି ଶଙ୍କର ତାଙ୍କ ବାଇକ୍‌ରେ ପୋଖରିପୁଟ୍‌ ଡିଭାଇଡର ଉପରେ ଠିଆ ହୋଇଥିଲେ। ଏତିକି ବେଳେ ପୁରୁଣା ଭୁବନେଶ୍ବରର ଶାନ୍ତନୁ କୁମାର ନାମକ ଯୁବକ ଏକ କାର୍‌(ଓଡିବିଏଚ୍‌୯୬୦୦)ରେ ଆସି ହଠ‌ାତ୍‌ ଡିଭାଇଡର ଉପରକୁ ଚଡ଼ି ରବି ଶଙ୍କରଙ୍କୁ ଧକ୍କା ଦେଇଥିଲ‌ା। ରବି ଶଙ୍କରଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କର ବାମ ଗୋଡ଼ ହାଡ଼ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ପରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏୟାର ପୋର୍ଟ ଥାନା ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe