ଭୁବନେଶ୍ୱର: ମାଝିରେ..., ଆଜି ମୁଁ ଶ୍ରାବଣୀ, ନେଇ ଯା’ରେ ମେଘ ମତେ... ଆଦି ବର୍ଷା ଗୀତର ହିନ୍ଦୀ ଓ ଓଡ଼ିଆ ନୂଆ ପୁରୁଣା ଗୀତର ଏକ ସୁନ୍ଦର ଆସର ବେଶ୍ ଜମିଥିଲା ବର୍ଷା ଭିଜା ସଂଧ୍ୟାରେ। ଅବସର ଥିଲା ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘ବରଷା ରାଣୀର ସଂଧ୍ୟା’ କାର୍ଯ୍ୟକ୍ରମର। ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସମେତ ଗୌତମ ଗିରି, ଦୀପୁ ଓ ବବିଙ୍କ କଣ୍ଠର ଯାଦୁ ପ୍ରେକ୍ଷାଳୟରେ ମାଦକତା ଭରିଦେଇଥିଲା। ଏଥିରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର ସମ୍ପାଦକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ଓ ଗୁଲ୍ସନ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଜମିଲା ବର୍ଷା ଗୀତ ଆସର
Advertisment
Follow Us