ସର୍ବଭାରତୀୟ ରେଳବାଇ ସ୍କାଉଟ୍‌ ଏଣ୍ଡ୍‌ ଗାଇଡ୍‌ ଜାମ୍ବୋରି ଆଜିଠାରୁ

Advertisment
ସର୍ବଭାରତୀୟ ରେଳବାଇ ସ୍କାଉଟ୍‌ ଏଣ୍ଡ୍‌ ଗାଇଡ୍‌ ଜାମ୍ବୋରି ଆଜିଠାରୁ

ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ ପକ୍ଷରୁ ୧୮ତମ ସର୍ବଭାରତୀୟ ରେଳବାଇ ଭାରତ ସ୍କାଉଟ୍‌ ଏଣ୍ଡ୍‌ ଗାଇଡ୍‌ ଜାମ୍ବୋରି ୬ ତାରିଖରୁ ରାଜଧାନୀର ମଞ୍ଚେଶ୍ୱର ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ୧୬ଟି ରେଳବାଇ ଜୋନ୍‌ରୁ ୨୫୦୦ରୁ ଊର୍ଧ୍ୱ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବେ। ଏହି କ୍ୟାମ୍ପ୍‌ରେ ସ୍କାଉଟ୍‌ ଏବଂ ଗାଇଡ୍‌, ରୋଭର୍ସ ଏବଂ ରେଞ୍ଜର୍ସ ସଂଗଠକମାନେ ବିଭିନ୍ନ ଦକ୍ଷତାର ପ୍ରଦର୍ଶନ କରିବେ। ପ୍ରଥମଥର ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏହି ମେଗା ଶିବିରରେ ସ୍ୱେଚ୍ଛାସେବକମାନଙ୍କୁ ସଙ୍କଟଜନକ ସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ତାଲିମ ପ୍ରଦାନ କରାଯିବ। ଏହି ଜାମ୍ବୋରିକୁ ରେଳବାଇ ବୋର୍ଡ଼ର ସଦସ୍ୟ ଷ୍ଟାଫ୍‌ ଡି କେ ଗାୟେନ୍‌ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଓଡ଼ିଶା ରାଜ୍ୟପାଳ ଡ. ଏସ୍‌ ସି ଜମିର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ବୋଲି ପୂର୍ବତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ ତଥା ଭାରତ ସ୍କାଉଟ୍‌ ଏଣ୍ଡ୍‌ ଗାଇଡ୍‌ର ରାଜ୍ୟ ମୁଖ୍ୟ କମିସନର ମଞ୍ଜୁ ରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe