ପରିବେଶ ପ୍ରଦୂଷଣ: ‘ବିଜ୍ଞାନ ଯେତିକି ଦାୟୀ, ଆମେ ବି ସେତିକି ଦାୟୀ’

ପରିବେଶ ପ୍ରଦୂଷଣ ଏବେ ବିଶ୍ୱ ପାଇଁ ବଡ଼ ସମସ୍ୟା। ବିକାଶ ନାଁରେ ବ୍ୟାପକ ଗଛକଟା ଚାଲିଛି। ଯଦି ଏବେଠୁ ଆମେ ସଚେତନ ହୋଇ ପ୍ରକୃତି ମା’ର ସୁରକ୍ଷା ପାଇଁ କିଛି କରିବାନି, ତେବେ ପର ପିଢ଼ି ଆମକୁ କ୍ଷମା କରିବନି।

sfsffsxcxcxc

ଜଟଣୀ: ପରିବେଶ ପ୍ରଦୂଷଣ ଏବେ ବିଶ୍ୱ ପାଇଁ ବଡ଼ ସମସ୍ୟା। ବିକାଶ ନାଁରେ ବ୍ୟାପକ ଗଛକଟା ଚାଲିଛି। ଯଦି ଏବେଠୁ ଆମେ ସଚେତନ ହୋଇ ପ୍ରକୃତି ମା’ର ସୁରକ୍ଷା ପାଇଁ କିଛି କରିବାନି, ତେବେ ପର ପିଢ଼ି ଆମକୁ କ୍ଷମା କରିବନି। ଜଟଣୀ ପୌରପାଳିକା ଅଧୀନ ୯ ନମ୍ବର ୱାର୍ଡ ବିଜୁ ଆଦର୍ଶ କଲୋନି ପରିଚୟ ଗୃହ ନିକଟ ପାର୍କରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଅତିଥିମାନେ ଏହା କହିଛନ୍ତି। 

ମୁଖ୍ୟଅତିଥିଭାବେ ଯୋଗ ଦେଇ ଉପାଧକ୍ଷା ଆରତି ରାଉତ କହିଛନ୍ତି ଯେ, ପରିବେଶ ପ୍ରଦୂଷଣ ପାଇଁ ବିଜ୍ଞାନ ଯେତିକି ଦାୟୀ, ଆମେ ବି ସେତିକି ଦାୟୀ। ଜଟଣୀ ଭଳି ଅଞ୍ଚଳରେ ଚାଷଜମିର କିସମ ବଦଳାଇ ଘରବାରି କରାଯିବା ସହ ତା ଉପରେ ବଡ଼ ଅଟ୍ଟାଳିକାମାନ ଛିଡ଼ାହେଉଛି। ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷା ଦିନେ ବର୍ଷା ହେଉନାହିଁ କି ଶୀତ ଦିନେ ଠିକ୍ ଭାବେ ଶୀତ ଅନୁଭୂତ ହେଉନାହିଁ। ବିଜ୍ଞାନ ନାଁରେ ଆମେ ପ୍ରକୃତି ସହ ଖେଳିବା ଆରମ୍ଭ କରି ଦେଇଛେ। ତେବେ ପ୍ରଦୂଷଣମୁକ୍ତ ସମାଜ ପାଇଁ ‘ସମ୍ବାଦ’ର ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଛନ୍ତି। 

ଜଟଣୀ ନିର୍ବାଚନମଣ୍ଡଳୀରେ
ପରିବେଶ ପଞ୍ଚାୟତ

ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପରିବେଶବିତ୍ ମାନସ ରଞ୍ଜନ ଜେନା କହିଛନ୍ତି ଯେ, ବିଜ୍ଞାନ ସହ ମଣିଷ ଯେତିକି ଆଗକୁ ଯାଉଛି ଆମ ପରିବେଶ ସେହି ଅନୁସାରେ ବଦଳିଯାଉଛି। ଚାଷ କରିବାକୁ ଲୋକଙ୍କ ଆଗ୍ରହ କମୁଛି। କଳକାରଖାନା ପାଇଁ ଜଙ୍ଗଲ କଟାଯାଉଛି। ଭୂତଳ ଜଳସ୍ତର କମୁଛି। ସମୟ ଆସିଛି ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଚାରା ଲଗାଇ ତାର ଯତ୍ନ ନେବା। ମିସନ ଶକ୍ତି ମହିଳା ଗୋଷ୍ଠୀ ସଭାପତି ମମତାରାଣୀ ଅଧିକାରୀ କହିଲେ ଯେ, ଜଟଣୀ ମୁଖ୍ୟ ରାସ୍ତାକଡ଼ରୁ ଶହ ଶହ ଗଛ କାଟିଦେଇ ରସ୍ତା କରାଗଲା, ହେଲେ ସେହି ଅନୁସାରେ ଗଛ ଲଗାଗଲାନି। ଆମେ ପ୍ରକୃତି ଉପରେ ଅତ୍ୟାଚାର କରୁଛନ୍ତି। ତେଣୁ ପ୍ରକୃତି ବି ତାର କୋପ ଦେଖାଉଛି। 

କାର୍ଯ୍ୟକ୍ରମରେ ଅଞ୍ଚଳର କୁନି କୁନି ପିଲାମାନେ ପରିବେଶ ଉପରେ ମତାମତ ଦେଇଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ପ୍ରତିନିଧି ଦେବବ୍ରତ ଷେଣ୍ଢ ସଂଯୋଜନା କରିଥିଲେ। ପ୍ରତାପ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବର୍ଷା ସେନାପତି, ଜି ଦମୟନ୍ତୀ, ଅଭିଷେକ ସାମନ୍ତ, ତ୍ରିଦେବ ଅଗସ୍ତି, ଦୁର୍ଯ୍ୟୋଧନ ପାଣ୍ଡବ, ନିଶା ବେହେରା, ଝୁନା ବେହେରା, ସସ୍ମିତା ସାହୁ, ଭାରତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe