ଝାରପଡ଼ା ଜେଲ୍‌ ଗଲା ଜାମୁଝରୀ ମୁକ୍ତାକାଶ ଆଶ୍ରମରୁ ଫେରାର୍‌ ଅନ୍ତେବାସୀ

Advertisment
ଝାରପଡ଼ା କାରାଗାରରୁ ତିଆରି ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ

image source-odisha bytes

ମେଣ୍ଢାଶାଳ : ଖୋର୍ଦ୍ଧା ଜିଲ୍ଲା ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରୁ ଗତ ୧୭ ତାରିଖରେ ଫେରାର୍‌ ହୋଇଯାଇଥିବା ଅନ୍ତେବ‌ାସୀ ସନ୍ତୋଷ କୁମାର ମିର୍ଦ୍ଧା (୩୫)କୁ ଗିରଫ କରି ଆଜି ପୁଣି କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ୨ ମାସ ତଳେ ରମେଶ ଜଗଦଲା (୪୫) ନାମକ ଅନ୍ତେବାସୀ ଫେରାର ହୋଇ ଗିରଫ ହୋଇଥିବା ବେଳେ ସନ୍ତୋଷ ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାରୁ ପ୍ରକାଶ ଯେ ସନ୍ତୋଷ ୨୦୧୮ ମସିହା ସେପ୍ଟେମ୍ବର ୬ରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସଜା କାଟି ବରଗଡ଼ ଜିଲ୍ଲାର ସୋହେଲା ସବ୍‌ଜେଲରୁ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମକୁ ଆସିଥିଲା। ମା’ ର ଦେହ ଭଲ ନାହିଁ। ଛୁଟି ନେଇ ଦେଖିବାକୁ ଯିବାକୁ ସେ ଆଶ୍ରମରେ କହୁଥିଲା। ତେଣୁ ଛୁଟି ନ ମିଳିବାରୁ ଫେରାର୍‌ ହୋଇଯାଇଥିଲା ବୋଲି କହିଛି। ଅପରପକ୍ଷରେ ସନ୍ତୋଷ ଗାଁରେ ଗୋଟିଏ ଝିଅକୁ ଭଲପାଏ। ମଝିରେ ମଝିରେ ଛୁଟିରେ ଗଲେ ଦେଖା କରେ। ଏଥର ଛୁଟି ନ ମଳିବାରୁ ଆଶ୍ରମ ପାଚେରି ଡେଇଁ ଚମ୍ପଟ ମାରିଥିଲା ବୋଲି ଜଣାପଡ଼ିଛି। ଏ ନେଇ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର ଅଧ୍ୟକ୍ଷ ସତ୍ୟ ପ୍ରକାଶ ସ୍ୱାଇଁ କହିଛନ୍ତି, ସନ୍ତୋଷକୁ ନ ପାଇବାରୁ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିବା ସହ ସୋହେଲା ସବ୍‌ଜେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲୁ। ସୋହେଲା ଜେଲ କର୍ମଚାରୀ ସନ୍ତୋଷକୁ ତା’ ଘରୁ ଧରି ଭଟଲି ଥାନାକୁ ହସ୍ତାନ୍ତର କରିଥିଲେ। ଜାମୁଝରୀ ଆଶ୍ରମ କର୍ତ୍ତୃପକ୍ଷ ଓ ଚନ୍ଦକା ଥାନା କର୍ମଚାରୀମାନେ ଯାଇ ସନ୍ତୋଷକୁ ଚନ୍ଦକା ଆଣିଥିଲେ। ଆଜି ମଧ୍ୟାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଚନ୍ଦକା ଥାନା ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି।

ସୂଚନାଯୋଗ୍ୟ, ଅନ୍ତେବାସୀମାନେ ଆଖପାଖ ଅଞ୍ଚଳରେ ପରିବା ଓ କ୍ଷୀର ବିକ୍ରି କରିଥାନ୍ତି ଏବଂ ଛୁଟି ମଞ୍ଜୁର ହେଲେ ନିଜ ଗାଁକୁ ଯାଆନ୍ତି। କିନ୍ତୁ ଏତେ ସବୁ ସୁବିଧା ସତ୍ତ୍ବେ ଅନ୍ତେବାସୀମାନେ କାହିଁକି ଫେରାର ହୋଉଛନ୍ତି। ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe