ଏସ୍‌ପ୍ଲାନେଡ୍‌ ମଲ୍‌ରେ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ

Advertisment
ଏସ୍‌ପ୍ଲାନେଡ୍‌ ମଲ୍‌ରେ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ

ଭୁବନେଶ୍ବର: ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଚଳିତ ମାସ ୪ରେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି। ସିଆଇଆଇ ଇଣ୍ଡିଆନ୍ ମହିଳା ନେଟ୍‌ୱର୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବସ୍ତି ଅଞ୍ଚଳର ମହିଳାମାନେ ଅଂଶଗ୍ରହଣ କରିଥିଲେ। ଏଥିରେ କ୍ୟାନସର ରୋଗ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

ଋତୁସ୍ରାବ ସମୟରେ ସ୍ବଚ୍ଛତା ଲାଗି କ’ଣ କରିବାକୁ ହେବ, ସେ ସଂପର୍କରେ ହସ୍ପିଟାଲ୍‌ର ଡାକ୍ତର କୁସୁମ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ହିମାଂଶୀ ନାମକ ଜଣେ ଯୁବତୀ କିଛି ଗେମ୍‌ ଓ ଯୋଗା ମୁଦ୍ରା ପ୍ରଦର୍ଶନ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ଜୈବ ବିଘଟିତ ସାନିଟାରି ନାପ୍‌କିନ୍, ହାଣ୍ଡ୍‌ୱାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ସଚେତନତା କାର୍ଯ୍ୟକ୍ରମରେ ୨୫୦ ମହିଳା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe