ଆଜାଦି କା ଅମୃତ ମହୋତ୍ସବ: ୨୨ କେନ୍ଦ୍ରରେ ହେଲା ପ୍ରବନ୍ଧ ପ୍ରତିଯୋଗିତା

Advertisment
ଆଜାଦି କା  ଅମୃତ  ମହୋତ୍ସବ: ୨୨ କେନ୍ଦ୍ରରେ ହେଲା ପ୍ରବନ୍ଧ ପ୍ରତିଯୋଗିତା

ରବିବାର ସମ୍ବାଦ ଭବନରେ ବିଚାରକମାନେ ଆଜାଦି କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ମୂଲ୍ୟାୟନ କରୁଛନ୍ତି

ଭୁବନେଶ୍ବର: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍‌ଦର୍ଶନରେ ପ୍ରବନ୍ଧ ପ୍ରତିଯୋଗିତା ଆଜି ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଭୁବନେଶ୍ବରର ୨୨ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ୧୫ଟି କେନ୍ଦ୍ରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସହ ଏହି ପରୀକ୍ଷା ହୋଇଥିଲା। ତାହା ବାଦ୍‌ ଆଉ ୭ଟି କେନ୍ଦ୍ର‌ରେ କେବଳ ଏହି ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ୨୨ଟି କେନ୍ଦ୍ରରେ ବହୁ ସଂଖ୍ୟାରେ ପରୀକ୍ଷାର୍ଥୀ ଭାଗ ନେଇଥିଲେ।

ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ମୋ ସ୍ବପ୍ନର ଓଡ଼ିଶା’ (Odisha of My Dreams)। ଓଡ଼ିଆ ଓ ଇଂରାଜୀ ଭାଷାରେ ହୋଇଥିବାରୁ ଉଭୟ ମାଧ୍ୟମ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା। ପ୍ରତିଯୋଗିତା ପୂର୍ବାହ୍ନ ୧୧ଟା ୩୦ରେ ଆରମ୍ଭ ହୋଇ ୧୨ଟା ୧୫ରେ ଶେ‌ଷ ହୋଇଥିଲା। ପ୍ରତ୍ୟେକ କେନ୍ଦ୍ରରୁ ଓଡ଼ିଆ ମାଧ୍ୟମରୁ ଶ୍ରେଷ୍ଠ ୫ ଜଣ ଓ ଇଂରାଜୀ ମାଧ୍ୟମରୁ ଶ୍ରେଷ୍ଠ ୫ ଜଣଙ୍କୁ ବଛାଯାଇଥିଲା। ଇଂରାଜୀ ଓ ଓଡ଼ିଆ ଭାଷାରେ ଦକ୍ଷତା ରଖିଥିବା ବିଚାରକମାନେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ୭ଟି ସ୍ବତନ୍ତ୍ର କେନ୍ଦ୍ରମାନଙ୍କରୁ ଖାତାଗୁଡ଼ିକ ‘ସମ୍ବାଦ ଭବନ’ ଅଣାଯାଇ ମୂଲ୍ୟାୟନ କରାଯାଇଥିବା ବେଳେ ଅନ୍ୟ ୧୫ଟି କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇଥିଲା। ସେଠାରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା‌। ଅନ୍ୟମାନଙ୍କୁ ପରବର୍ତ୍ତୀ ସମୟରେ ପ୍ରମାଣପତ୍ର ପ୍ରଦାନ କରାଯିବ।
‘ସମ୍ବାଦ ଭବନ’ରେ ଅନୁଷ୍ଠିତ ମୂଲ୍ୟାୟନ ଟିମ୍‌ରେ ବିଶିଷ୍ଟ ଲେଖକ ଦେବପ୍ରସାଦ ଦାଶ, ଶିକ୍ଷାବିତ୍‌ ଡ. ଗିରିଶ ପ୍ରସାଦ ଦାସ, ସାମ୍ବାଦିକା ପ୍ରୀତିପ୍ରଜ୍ଞା ପ୍ରଧାନ, ଅଧ୍ୟାପିକା ଡ. ଆରତୀ ବିଶ୍ବାଳ ଓ ଅର୍ଥନୀତି ସମୀକ୍ଷକ ଅବନୀକାନ୍ତ ମିଶ୍ର ସାମିଲ୍‌ ହୋଇଥିଲେ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ, ମହାପ୍ରବନ୍ଧକ ଶରତ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷୟିତ୍ରୀ ମଧୁଛନ୍ଦା ମହାନ୍ତି, ସୋନାଲୀ ପାୟଲ, ସ୍ବର୍ଣ୍ଣଲତା ସାହୁ, ପ୍ରାଚୀ ବିସ୍ମୟ, ଗାୟତ୍ରୀ କର, ଶିକ୍ଷକ ଦେବବ୍ରତ ଦାସଗୁପ୍ତା, ଅମିୟ କର ଓ ପ୍ରମୋଦ କୁମାର ମହାରଣା ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଷ୍ଟିୱାର୍ଟ ସ୍କୁଲ୍‌ରେ ଅଧ୍ୟକ୍ଷା ଡ. ରଶ୍ମୀରେଖା ସେନାପତିଙ୍କ ତତ୍ତ୍ବାବଧାନରେ ହୋଇଥିବା ପ୍ରତିଯୋଗିତାରେ ଶିକ୍ଷୟତ୍ରୀ ଜିୟା ଖାତୁନ୍‌, ଶିକ୍ଷକ ଅଶୋକ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ସେହିପରି କେଦାରଗୌରୀ ସେଣ୍ଟ ଜାଭିୟର୍ସ ହାଇସ୍କୁଲ‌ରେ ଉପାଧ୍ୟକ୍ଷ ତପନ ଶତପଥୀ, ଶିକ୍ଷକ ସାର୍ଥକ ସାମନ୍ତରାୟ ଓ ଦୀପକ ପରିଡ଼ା, ଖଣ୍ଡଗିରି ସେଣ୍ଟ୍‌ ଜାଭିୟର୍ସ ସ୍କୁଲ୍‌ରେ ଅଧ୍ୟକ୍ଷା ରଞ୍ଜିତା ମଲ୍ଲ ଓ ଶିକ୍ଷକ ରମେଶ ଚନ୍ଦ୍ର ପଟ୍ଟାୟତ ପ୍ରତିଯୋଗିତା ପରିଚାଳନା କରିଥିଲେ। କଳିଙ୍ଗ ନଗରସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଅଧ୍ୟକ୍ଷ ବିପିନ କୁମାର ସାହୁ, ମିନତି ତ୍ରିପାଠୀ, ଶର୍ମିଲା ଦାଶ, ଇତିଶ୍ରୀ ଗିରି, ସ୍ମିତାଶ୍ରୀ ମିଶ୍ର, ଉଷାରାଣୀ ଦାଶ, ଜ୍ୟୋତିର୍ମୟୀ ମହାପାତ୍ର ଓ ବିଷ୍ଣୁଚରଣ ସ୍ବାଇଁ ଏବଂ ପୋଖାରୀପୁଟ ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ, ଶୁଭ୍ରାଂଶୁ ମୋହନ ଦାସ ଓ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସହଯୋଗ କରିଥିଲେ।

ଚନ୍ଦ୍ରଶେଖରପୁରସ୍ଥିତ ଭେଙ୍କେଟେଶ୍ବର ଇଂଲିସ୍‌ ମିଡିୟମ ସ୍କୁଲ୍‌ର ସମ୍ପାଦକ ବସନ୍ତ କୁମାର ତ୍ରିପାଠୀ, ଶିକ୍ଷୟତ୍ରୀ ମିନତି ରଥ, ନିରୁପମା ମହାନ୍ତି ଓ ଲତିକା ପାଲୋ ପ୍ରମୁଖ ପ୍ରତିଯୋଗିତା ପରିଚାଳନା‌ରେ ସହଯୋଗ କରିଥିଲେ।

ଭୁବନେଶ୍ବର ମହାନଗର ଫଳାଫଳ

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe