ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ସ୍ଥାପନା ଦିବସ

Advertisment
ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ସ୍ଥାପନା ଦିବସ

ଭୁବନେଶ୍ବର: ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ସପ୍ତଦଶତମ ସ୍ଥାପନା ଦିବସ ଉତ୍ସବ ସ୍ଥାନୀୟ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଶାଖା ଅଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ହରପ୍ରସନ୍ନ ଦାସ ମୁଖ୍ୟ ଅତିଥି, ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ ସ୍ବାଗତ ଭାଷଣ ଓ ଶାଖା ସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଶାଖାର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଅର୍ଥ ସଚିବ ଗୋପାଳ ଚନ୍ଦ୍ର ଦାସ ଶାଖାର ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ପ୍ରଫେସର ଡ. ଧନୁଷ୍‌ଧାରୀ ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ପରେ ମହିଳା ସହଭାଗିତା,ଏକକ ଗୀତ, ଭାରତ କୋ ଜାନୋ ପ୍ରଭୃତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଅତିଥିମାନଙ୍କ ଦ୍ବାରା ଶାଖାର ସ୍ମରଣିକା ‘ସଂଯୋଗ’ ଉନ୍ମୋଚିତ ହୋଇଥିଲା।

ଦ୍ବିତୀୟ ଅଧିବେଶନରେ ପ୍ରାନ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ମହାନ୍ତିଙ୍କ ଦ୍ବାରା ଶାଖାର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିରେ ସଚ୍ଚିଦାନନ୍ଦ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ ଓ ଗୋପାଳ ଚନ୍ଦ୍ର ଦାସ ବର୍ଷ ୨୦୨୨-୨୩ ପାଇଁ ଯଥାକ୍ରମେ ଅଧ୍ୟକ୍ଷ, ସଚିବ ଓ ଅର୍ଥ ସଚିବ ଭାବେ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମକୁ ମନୋରଞ୍ଜନ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe