ଭୁବନେଶ୍ବର : ଭୁବନେଶ୍ୱର ଡିସିପି ଅଫିସ ପରିସରରେ ବିଶ୍ରାମାଗାର ଓ ଲାଇବ୍ରେରି ‘ଜ୍ଞାନାଶ୍ରୟ’ ପ୍ରତିଷ୍ଠା କରାଯାଇଛି। ବିଜୟ କୁମାର ସାହୁ ଫାଉଣ୍ଡେସନ ଓ ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ୍ ଗ୍ରୁପ ସହାୟତରେ ପ୍ରତିଷ୍ଠା ହୋଇଥିବା ଏହି ଜ୍ଞାନାଶ୍ରୟକୁ କଟକ-ଭୁବନେଶ୍ୱର ପୁଲିସ କମିସନର ସୌମନ୍ଦ୍ର କୁମାର ପ୍ରିୟଦର୍ଶୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ୍ ଗ୍ରୁପ୍ର ଚେୟାରପର୍ସନ ଶିଳ୍ପୀ ସାହୁ, ଡେପୁଟି କମିସନର୍ ଉମାଶଙ୍କର ଦାଶ ଉପସ୍ଥିତ ଥିଲେ। ବିଭିନ୍ନ କାମରେ ଡିସିପି ଅଫିସ୍କୁ ଆସୁଥିବା ବ୍ୟକ୍ତିବିଶେଷ ଅପେକ୍ଷା କରିବା ସମୟରେ ଏହି ଲାଇବ୍ରେରିର ସୁବିଧା ଉଠାଇ ପାରିବେ। ଏଠାରେ ଟେବୁଲ ଚେୟାର ସହ ୩୦୦ରୁ ଅଧିକ ବିଭିନ୍ନ ପ୍ରକାରର ପୁସ୍ତକ ରଖାଯାଇଛି। ଯେଉଁଥିରେ ବୌଦ୍ଧିକ, ଆଧ୍ୟାତ୍ମିକ, ପ୍ରେରଣାଦାୟୀ ପୁସ୍ତକ ମଧ୍ୟ ରହିଛି। ଏଥିସହ ଡିସିପି ଅଫିସ୍ ପରିସରରେ ଏକ ଆଶ୍ରୟସ୍ଥଳୀ ମଧ୍ୟ ସ୍ଥାପନ ହୋଇଛି। ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ୍ ଗ୍ରୁପ୍ର ଡାଇରେକ୍ଟର ଅରବିନ୍ଦ ଦାସ, ସିନିୟର ଜେନେରାଲ ମ୍ୟାନେଜର ଶରତ କୁମାର କର, ଲୋକ ସମ୍ପର୍କ ଅଧିକାରୀ କୈଳାସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଡିସିପି ଅଫିସ୍ରେ ‘ଜ୍ଞାନାଶ୍ରୟ’ ପ୍ରତିଷ୍ଠା
Advertisment
Follow Us