ପ୍ରବାସୀ ଓଡ଼ିଆ କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା

Advertisment
ପ୍ରବାସୀ ଓଡ଼ିଆ କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା

facebook

ଭୁବନେଶ୍ବର: ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ତରଫରୁ ପ୍ରାନ୍ତ କାର୍ଯ୍ୟାଳୟରେ ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ବିକାଶର ଅଧ୍ୟକ୍ଷ ଜଗଦୀଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦୃଷ୍ଟିରୁ ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଖୋଲିବା ଲାଗି ସ୍ଥିର କରାଯାଇଛି।

ଏଥିପାଇଁ କର୍ମକର୍ତ୍ତା ଚୟନ କରାଯାଇଛି। ଓଡ଼ିଶା ବାହାରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୁର୍ଯ୍ୟୋଧନ କାଠୁଆଙ୍କୁ ପ୍ରତିଷ୍ଠାନର ଓଡ଼ିଆ ପ୍ରବାସୀ ସଂସଦର ଅଧ୍ୟକ୍ଷ ରୂପେ ଦାୟିତ୍ବ ଦିଆଯିବା ସହ ପ୍ରତିଷ୍ଠାନର ଯୁଗ୍ମ ସମ୍ପାଦକ ଭାବେ ଛତାବର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀହର୍ଷ ମହାପାତ୍ର, ହରେକୃଷ୍ଣ ଖଟୋଇ, ସୌମ୍ୟରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଉତ୍ତର ସମଭାଗର ନିରୀକ୍ଷକ ଭାବେ ଜୟଦେବ ପାତ୍ରଙ୍କୁ ମନୋନୀତ କରାଯାଇଛି। ଉପଦେଷ୍ଟା ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଶ୍ବନାଥ ଧଳ ଏହି ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସମସ୍ତ ନୂତନ ଦାୟିତ୍ବ ନେଇଥିବା କର୍ମକର୍ତ୍ତାଙ୍କୁ ସ୍ବାଗତ କରିଥିବା ବେଳେ ସଂଗଠନ ସମ୍ପାଦକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe