ଵାର୍ଲ୍ଡ ଫେଡେରେସନ ଅଫ ଟ୍ରେଡ ୟୁନିୟନର ପ୍ରତିଷ୍ଠା ଦିବସ

Advertisment
ଵାର୍ଲ୍ଡ ଫେଡେରେସନ ଅଫ ଟ୍ରେଡ ୟୁନିୟନର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ବିଭିନ୍ନ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ମିଳିତ ଭାବେ ଵାର୍ଲଡ୍‌ ଫେଡେରେସନ୍‌ ଅଫ ଟ୍ରେଡ୍‌ ୟୁନିୟନ୍‌ର ୭୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌ଠାରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି, ସିଆଇଟିୟୁ, ଏଆଇସିସିଟିୟୁ, ଏଆଇୟୁଟିୟୁସି ନେତା ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ରାଧାକାନ୍ତ ସେଠୀ, ପୂର୍ଣ୍ଣଚନ୍ଦ୍ର ବେହେରା, ଦୁଷ୍ମନ୍ତ ଦାସ, ବିଜୟ ଜେନା, ମହେନ୍ଦ୍ର ପରିଡ଼ା, ନିରଞ୍ଜନ ମହାନ୍ତି, ସତ୍ୟାନନ୍ଦ ବେହେରା, ସୁର ଜେନା, ବଂଶୀଧର ପରିଡ଼ା ଓ ଜୟନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ବହୁଜାତିକ ପୁଞ୍ଜିର ଅଧିକ ମୁନାଫା ପାଇଁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି, ୪୪ଟି ଶ୍ରମ ଆଇନ ସଂଶୋଧନ ନାମରେ କମ୍ପାନିଗୁଡ଼ିକ ସ୍ବାର୍ଥରେ ଓ ଶ୍ରମିକ ଶ୍ରେଣୀକୁ କ୍ରୀତଦାସରେ ପରିଣତ କରିବା, ଦେଶରେ ଗଣତନ୍ତ୍ର, ଭାରତୀୟ ସମ୍ବିଧାନ ଓ ଧର୍ମ ନିରପେକ୍ଷତାକୁ ବନ୍ଦ କରି ସାମ୍ପ୍ରଦାୟିକ ଏକଛତ୍ରବାଦୀ ମୋଦୀ ସରକାରଙ୍କ ଷଡ଼୍‌ଯନ୍ତ୍ର ବିରୋଧରେ ସଂଗ୍ରାମର ସଂକଳ୍ପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe