ଉପନ୍ୟାସ ‘ଇତର’ ଉନ୍ମୋଚିତ, ଭାବ ବିନିମୟ କଲେ ଟ୍ରାନ୍ସଜେଣ୍ଡର୍‌

ଉପନ୍ୟାସ ‘ଇତର’ ଉନ୍ମୋଚିତ, ଭାବ ବିନିମୟ କଲେ ଟ୍ରାନ୍ସଜେଣ୍ଡର୍‌

ଭୁବନେଶ୍ବର: ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର୍‌ ଅବଗତି ଦିବସ ଅବସରରେ ଆଜି ‘ପେନ୍‌ ଇନ୍‌ ବୁକ୍ସ’ ପ୍ରକାଶନ ସଂସ୍ଥା ପକ୍ଷରୁ ହୋଟେଲ ଶୀତଲ୍‌ ସଭାକକ୍ଷରେ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଟ୍ରାନ୍ସଜେଣ୍ଡରଙ୍କ ଉପରେ ଆଧାରିତ ଉପନ୍ୟାସ ‘ଇତର’ର ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ସହ ରାଜ୍ୟର ଟ୍ରାନ୍ସଜେଣ୍ଡର ସମୁଦାୟର ପ୍ରମୁଖ ବ୍ୟକ୍ତିତ୍ବ ଭାବବିନିମୟ କରିଥିଲେ।

ସମାଜ ଆଖିରେ ଉପେକ୍ଷିତ ତୃତୀୟଲିଙ୍ଗୀ ମଣିଷଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ରଚିତ ଏହି ଉପନ୍ୟାସ ଉପରେ ନିଜ ଲେଖକୀୟ ଅନୁଭୂତି ବଖାଣିଥିଲେ। ଅତିଥି ଭାବେ ସମାଜସେବୀ ତଥା ସ୍ବେଚ୍ଛାସେବୀ ସଂଗଠନ ‘ସିନି’ର ବରିଷ୍ଠ ଅଧିକାରୀ ମିତାଲି ମହାନ୍ତି ଯୋଗଦେଇ ଓଡ଼ିଶାରେ ଟ୍ରାନ୍ସଜେଣ୍ଡର ଆନ୍ଦୋଳନର ଇତିହାସ, ସଫଳତା ଓ ବର୍ତ୍ତମାନର ସ୍ଥିତ ଉପରେ ଆଲୋକପାତ କରିଥିଲେ। ଟ୍ରାନ୍ସ-ଓମ୍ୟାନ୍‌ଙ୍କ ଭଳି ଟ୍ରାନ୍ସ-ମ୍ୟାନ୍‌ଙ୍କ ବାବଦରେ ସମାଜରେ ଅଧିକ ସଚେତନତା ଲୋଡ଼ା ବୋଲି ସେ କହିଥିଲେ।

ସମାଜସେବୀ ଚନ୍ଦନ କୁମାର ନାୟକ ଅଧ୍ୟକ୍ଷତା କରି କହିଲେ, ଟ୍ରାନ୍ସଜେଣ୍ଡର୍‌ମାନଙ୍କ ସମସ୍ୟା, ସଂଘର୍ଷ ଓ ସଫଳତା ସମ୍ବନ୍ଧରେ ସମାଜକୁ ଅବଗତ କରାଇବା ପାଇଁ ସିନେମା, ସାହିତ୍ୟ ଭଳି ଜନପ୍ରିୟ କଳାକ୍ଷେତ୍ରର ଲୋକେ ଆଗେଇ ଆସିବା ଉଚିତ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଟ୍ରାନ୍ସ‌ଜେଣ୍ଡର୍‌ ସମୁଦାୟର ସାଧନା ମିଶ୍ର, ସମୀକ୍ଷା ବେହେରା, ମେଘନା ସାହୁ, ଆୟେଶା ବେହେରା, ସଦଭିଶ, ସୁମନ ମହାକୁଡ଼, ସନ୍ତୋଷ ଜେନା ପ୍ରମୁଖ ନିଜ ଜୀବନ ସଂଘର୍ଷଠାରୁ ସମାଜରେ ଆତ୍ମସମ୍ମାନର ବଞ୍ଚିବା ଯାଏଁ ଯାତ୍ରାର ଅନୁଭୂତି ବଖାଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe