‘ଚିରନ୍ତନ ସତର୍କତା ହିଁ ସ୍ବାଧୀନତାର ମୂଳମନ୍ତ୍ର’

Advertisment

ଲୋକ ପ୍ରଶାସନ ସଂସ୍ଥା ଓ ଓଡ଼ିଶା ନାଗରିକ ସମାଜର ଆଲୋଚନାଚକ୍ର

ଲୋକ ପ୍ରଶାସନ ସଂସ୍ଥା ଓ ଓଡ଼ିଶା ନାଗରିକ ସମାଜର ଆଲୋଚନାଚକ୍ର

‘ଚିରନ୍ତନ ସତର୍କତା ହିଁ ସ୍ବାଧୀନତାର ମୂଳମନ୍ତ୍ର’

YouTube

ଭୁବନେଶ୍ବର,: ଲୋକ ପ୍ରଶାସନ ସଂସ୍ଥା ଓଡ଼ିଶା ଶାଖା ଓ ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଲୋଚନାଚକ୍ର ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଅଧ୍ୟକ୍ଷତାରେ ‘ନାଗରିକ ଅଧିକାର ଏବଂ ବାକ୍‌-ସ୍ବାଧୀନତା, ଗଣତନ୍ତ୍ରର ମୂଳଭିତ୍ତି’ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। କଟକ ଏବଂ ଭୁବନେଶ୍ବରର ପ୍ରାୟ ୧୫ଟି ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ ସ୍କୁଲ ସମୂହରୁ ପ୍ରାୟ ୧୦୦ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରି ନାଗରିକ ଅଧିକାର ଏବଂ ବାକ୍‌-ସ୍ବାଧୀନତା ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ବିତର୍କରେ ଯୋଗଦେଇ କରି ବକ୍ତବ୍ୟ ରଖିଥିଲେ।

ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଲୋକ ପ୍ରଶାସନ ସଂସ୍ଥାର ଅଧ୍ୟକ୍ଷ ଡ. ଅରୁଣ କୁମାର ରଥ ଯୋଗଦେଇ ସମ୍ବିଧାନରେ ଲିପିବଦ୍ଧ ନାଗରିକ ଅଧିକାର ଓ ଦାୟିତ୍ବବୋଧ ସମ୍ବନ୍ଧୀୟ ସମ୍ବିଧାନର ବିଭିନ୍ନ ଧାରା ଉପରେ ସମୀକ୍ଷା କରିଥିଲେ। ‘ଚିରନ୍ତନ ସତର୍କତା ହିଁ ସ୍ବାଧୀନତାର ମୂଳମନ୍ତ୍ର’ ବୋଲି ସେ କହିଥିଲେ। ସଭାପତିତ୍ବ ଭାଷଣରେ ଅବସର ବେଉରିଆ ଆନ୍ତର୍ଜାତିକ ଆଇନ ଏବଂ ମାନବାଧିକାର ସମ୍ବନ୍ଧରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରି ଭାରତକୁ ବିଶ୍ବସ୍ତରରେ ଗୌରବାନ୍ବିତ କରିବା ପାଇଁ ଉପଦେଶ ଦେଇଥିଲେ। ଲୋକ ପ୍ରଶାସନ ସଂସ୍ଥା ସଚିବ ଅଶୋକ ମହାପାତ୍ର ପୁରସ୍କାର ବିତରଣ ସଭା ପରିଚାଳନା କରିଥିଲେ। ଓଡ଼ିଶା ନାଗରିକ ସମାଜ ଭୁବନେଶ୍ବର ଶାଖାର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମନ୍ତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି କୃଷିବିତ କିଶୋର କୁମାର ସୂତାର, ରିଜର୍ଭ ବ୍ୟାଙ୍କର ପୂର୍ବତନ ମୁଖ୍ୟ ପରିଚାଳକ ମାନବେନ୍ଦ୍ର ମିଶ୍ର ଏବଂ ଡ. ଅସିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ୧୫ଟି ଅନୁଷ୍ଠାନ ମଧ୍ୟରୁ ୧୦ଟି ଅନୁ‌ଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe