ଚନ୍ଦ୍ରଶେଖରପୁର: ବିଶ୍ବ ସ୍ତନ କର୍କଟ ସଚେତନତା ମାସ ଅବସରରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ସ୍ତନ କର୍କଟରୁ ଅରୋଗ୍ୟ ହୋଇଥିବା ମହିଳାମାନଙ୍କ ସହ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ ମହିଳାମାନେ ନିର୍ଭୀକତାର ସହ ସ୍ତନ କର୍କଟକୁ ସାମ୍ନା କରିବା ସହ ସେମାନଙ୍କ ଜୀବନର ଅନୁଭୂତିକୁ ବଖାଣିଥିଲେ। ଶୀଘ୍ର ଚିକିତ୍ସା କରାଇବାର ଗୁରୁତ୍ବ ଓ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟକୁ ନେଇଥିବା ସାଧାରଣ ଭ୍ରାନ୍ତ ଧାରଣାଗୁଡ଼ିକୁ ଦୂର କରିବାରେ ସେମାନେ ସାହାଯ୍ୟ କରିଥିଲେ। ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ଚଳିତ ମାସରେ ସମସ୍ତ ବୟସର ମହିଳାମାନଙ୍କୁ ମାଗଣାରେ ବିଶେଷଜ୍ଞଙ୍କ ପରାମର୍ଶ ନେବା, ସ୍ତନର ମାଗଣା ଅଲ୍ଟ୍ରାସାଉଣ୍ତ ଓ ବିନା ମୂଲ୍ୟରେ ସ୍ତନ କର୍କଟ ସ୍କ୍ରିନି˚ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ର ସର୍ଜିକାଲ୍ ଓଙ୍କୋଲୋଜିଷ୍ଟ ଦିଲ୍ଲୀପ କୁମାର କର କହିଲେ ଭାରତରେ ସ୍ତନକର୍କଟ ସାଧାରଣ ଧରଣର କର୍କଟ ରୋଗ ମଧ୍ୟରୁ ଗୋଟିଏ। ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ସ୍ତନ କର୍କଟ ହୋଇଥାଏ। ପ୍ରତିବର୍ଷ ଆମ ଦେଶରେ ୧୦ଲକ୍ଷରୁ ଅଧିକ ରୋଗୀ ସ୍ତନ କର୍କଟରେ ପୀଡ଼ିତ ହେଉଥିବାର ଚିହ୍ନଟ କରାଯାଉଛି। କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ବରର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲୋକ ଲୋଧ କହିଲେ, ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ତନକର୍କଟ ସହ ଯୋଡ଼ି ହୋଇଥିବା କଳଙ୍କ ବିରୁଦ୍ଧରେ ସ˚ଗ୍ରାମ କରିବା ଏବ˚ ମହିଳାମାନଙ୍କୁ ଏହି ରୋଗର ଲକ୍ଷଣ ଓ ପରିସ୍ଥିତିଗୁଡ଼ିକ ଉପରେ ସଚେତନ କରାଇବାକୁ ଲକ୍ଷ୍ୟ ରଖାଯାଇଛି।
ପ୍ରତି ୨୨ ଜଣରେ ଜଣେ ସ୍ତନ କର୍କଟ ରୋଗୀ
Advertisment
Follow Us