ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପରମ୍ପରା ବନ୍ଦ ଯୋଗୁଁ ଶନିବାର ନୀତି ବନ୍ଦ ହୋଇଥିବା ବେଳେ ଆଜି ପରିସ୍ଥିତି ସ୍ୱାଭାବିକ ହୋଇଛି। ସକାଳୁ ସମସ୍ତ ସେବାୟତ ଠାକୁରଙ୍କ ନୀତିରେ ସହଯୋଗ କରିଛନ୍ତି। ଶନିବାର ହାଣ୍ଡିଭଙ୍ଗା ଯାତ ଓ ଐଶାନେଶ୍ୱର ଯାତ୍ରା ନହେବାରୁ ସେବାୟତମାନେ ପ୍ରଶାସନ ଉପରେ କ୍ଷୁବ୍ଧ ହୋଇ ନୀତି ବନ୍ଦ କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇ ପାରି ନଥିଲା। ଦେବୋତ୍ତର ବିଭାଗ ଡିଆଇ ସେବାୟତଙ୍କୁ ମନାଇବା ଉଦ୍ୟମ କରି ବିଫଳ ହୋଇଥିଲେ। ଏନେଇ ଅପରାହ୍ଣରୁ ନୀତି ବନ୍ଦ ରହିଥିଲେ ମଧ୍ୟ ଆଜି ସକାଳୁ ଠାକୁରଙ୍କ କାର୍ଯ୍ୟରେ ସେବାୟତମାନେ ଯୋଗ ଦେଇଛନ୍ତି।
ନୀତି ହେଲା ସ୍ୱାଭାବିକ
Advertisment
Follow Us