ଭୁବନେଶ୍ୱର ସହ ୩ ଜିଲ୍ଲାକୁ ଗଡ଼ିଲାନି ଗାଡ଼ି

ଦରମା ଦେବାରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆଜି କ୍ରୁଟ୍‌(ଆମ ବସ) ଚାଳକମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ୪୩ଟି ବସ୍‌ର ଚଳାଚଳ ବନ୍ଦ ଥିବା ବେଳେ ଆଜି.......

Untitled-12

ଭୁବନେଶ୍ୱର: ଦରମା ଦେବାରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆଜି କ୍ରୁଟ୍‌(ଆମ ବସ) ଚାଳକମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ୪୩ଟି ବସ୍‌ର ଚଳାଚଳ ବନ୍ଦ ଥିବା ବେଳେ ଆଜି ୭୦ରୁ ଉର୍ଦ୍ଧ୍ବ ଚାଳକ ପୋଖରୀପୁଟ ଡିପୋଠାରେ ଗଣଧାରଣା ଦେଇଛନ୍ତି। ଫଳରେ ଆଜି ଦିନତମାମ ଭୁବନେଶ୍ୱର ସହ ପୁରୀ, ଖୋର୍ଦ୍ଧାକଟକ ଫୁଲନଖରାକୁ ଆମ ବସ୍‌ ଚଳାଚଳ ବନ୍ଦ ରହିଥିଲା। ରାତିରେ କ୍ରୁଟ୍‌ ଏମଡି ଏନ୍‌. ଥିରୁମାଲା ନାଏକ ଚାଳକଙ୍କ ସହ ଆଲୋଚନା ଓ ସୋମବାର ସୁଦ୍ଧା ଦରମା ପ୍ରଦାନ ନେଇ ପ୍ରତିଶ୍ରୁତି ଦେବା ପରେ ଚଳକମାନେ ଆନ୍ଦୋଳନରୁ ଓହରିଛନ୍ତି। ରବିବାରଠାରୁ ଗାଡ଼ି ଚଳାଚଳ ସ୍ୱଭାବିକ ହେବ ବୋଲି ଚାଳକମାନେ କହିଛନ୍ତି। 

ଚାଳକମାନେ ଅଭିଯୋଗ କରିଥିଲେ, ଠିକ୍‌ ସମୟରେ ସେମାନଙ୍କୁ ମାସିକ ଦରମା ମିଳୁନି। ସାମାଜିକ ସୁରକ୍ଷା ବିନା ଗାଡ଼ି ଚଳାଉଛନ୍ତି। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ମିଳିନି। ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏ ପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେଲାଣି ଆକାଉଣ୍ଟକୁ ଟଙ୍କା ଆସିବ କହି ଭୁତାଉଛନ୍ତି। ସେପଟେ ଗାଡ଼ି ଚଳାଇବା ପରେ ବିଶ୍ରାମ ନେବାକୁ ରେଷ୍ଟ ରୁମ୍‌ ନାହିଁ। ଓଭର ଡ୍ୟୁଟିର ଚାପ ରହୁଛି। ମାସକୁ ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ। ଇଏସ୍‌ଆଇ ସୁବିଧା ବି ମିଳୁନାହିଁ। କ୍ରୁଟ ଚକ୍ରା ଇ-ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ କଥା କେହି ଚିନ୍ତା କରୁନାହାନ୍ତି। ଏଣୁ ଡ୍ରାଇଭରମାନେ ମାନସିକ ଚାପରେ ରହୁଛନ୍ତି। ଆଜି ଗଣଧାରଣା ପରେ ସନ୍ଧ୍ୟାରେ ଏମ୍‌ଡି କାର୍ଯ୍ୟାଳୟକୁ ଆଲୋଚନା ପାଇଁ ଡାକିଥିଲେ। ସବୁ ମାସରେ ପ୍ରଥମ ସପ୍ତାହରେ ଦରମା ସହ ଅନ୍ୟାନ୍ୟ ଅସୁବିଧା ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ପରେ ଧାରଣା ହଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe