‘ଗୁରୁଙ୍କଠାରେ ଗଭୀର ବିଶ୍ବାସ ବଳରେ ସବୁକିଛି ସମ୍ଭବ ହୋଇପାରେ’

Advertisment
‘ଗୁରୁଙ୍କଠାରେ ଗଭୀର ବିଶ୍ବାସ ବଳରେ ସବୁକିଛି ସମ୍ଭବ ହୋଇପାରେ’

ଭୁବନେଶ୍ବର: ସତସଙ୍ଗୀ ଜର୍ଣ୍ଣାଲିଷ୍ଟ୍ ଫୋରମ୍‌ ପକ୍ଷରୁ ଆଜି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପବିତ୍ର ଭାଦ୍ର ପରିକ୍ରମା ସତ୍‌ସଙ୍ଗ ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀଠାକୁରଙ୍କ ଜନ୍ମମାସରେ ପ୍ରତ୍ୟହ ଅନୁଷ୍ଠିତ ହେଉଥିବା ସତ୍‌ସଙ୍ଗ ନାମ ସଂକୀର୍ତ୍ତନକ୍ରମରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଦୀକ୍ଷିତ ଭାଇ ଓ ମା’ମାନଙ୍କ ଉଦ୍ୟମରେ ଏହା ଆୟୋଜିତ ହୋଇଥିଲା। ଆଲୋଚକ ଭାବେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ତଥା ସହପ୍ରତି-ଋତ୍ବିକ ଡା. ହେମନ୍ତ କୁମାର ନାୟକ ଯୋଗଦେଇ କହିଲେ, ଗଭୀର ବିଶ୍ବାସ ବଳରେ ସବୁ କିଛି ସମ୍ଭବ ହୋଇପାରେ। ମୃତ୍ୟୁମୁଖରୁ ମଣିଷ ବି ଫେରି ଆସିପାରେ। ଯାହାର ବିଶ୍ବାସ ଯେତେ ଗଭୀର, ତା’ର ଜୀବନର କଠୋରରୁ କଠୋରତମ ସମସ୍ୟାର ସମାଧାନ ସେତେ ସହଜ। ଅନ୍ୟତମ ବକ୍ତା ଭାବେ ବେଙ୍ଗାଲୁରୁରେ ଅବସ୍ଥାପିତ ‘ୱିପ୍ରୋ’ର ଗ୍ଲୋବାଲ୍ ହେଡ୍ (ଟ୍ୟାଲେଣ୍ଟ ଟ୍ରାନ୍ସଫର୍ମେସନ) ସୂର୍ଯ୍ୟପ୍ରକାଶ ମହାପାତ୍ର ଯୋଗଦେଇ କହିଲେ, ଜୀବନରେ ଗୁରୁବରଣ କରିବା ମାଧ୍ୟମରେ ହିଁ ସୁଖଶାନ୍ତି ଲାଭ କରିହୁଏ। ଶେଷରେ ପ୍ରତି-ଋତ୍ବିକ ତଥା ଚେନ୍ନାଇ ସତ୍‌ସଙ୍ଗ ବିହାରର ମୁଖ୍ୟ ପ୍ରତାପ ଚନ୍ଦ୍ର ଦାସ କହିଲେ, ଯିଏ ଜୀବନରେ ଶିଷ୍ୟତ୍ବ ଗ୍ରହଣ କରିଛି, ସେ ସବୁଠାରୁ ଶୃଙ୍ଖଳିତ ହେବା ଆବଶ୍ୟକ।

ସତ୍‌ସଙ୍ଗରେ ସହପ୍ରତି-ଋତ୍ବିକ ଧୃତିକାମ ମହାନ୍ତି ବିନତି ପ୍ରାର୍ଥନା ପରିବେଷଣ କରିଥିବା ବେଳେ ଶୁଭ୍ରାଂଶୁ ଭୂଷଣ ସାହୁ, ସିଦ୍ଧାର୍ଥ ରଞ୍ଜନ ଧଳ, ଡା. ପ୍ରଦୀପ୍ତ ମିଶ୍ର ଭକ୍ତିସଂଗୀତ ଗାନ କରିଥିଲେ। ସହପ୍ରତି-ଋତ୍ବିକ ଚକ୍ରଧାରୀ ନାୟକ ସମାପନୀ ସଂଗୀତ ଗାନ କରିଥିଲେ। ଭୁବନେଶ୍ବର ସତସଙ୍ଗ ବିହାରର ବରିଷ୍ଠ ସହପ୍ରତି-ଋତ୍ବିକ ଗୋପୀନାଥ ତ୍ରିପାଠୀ, ଅଭୟ କୁମାର ପରିଡ଼ା ଏବଂ ଉମାକାନ୍ତ ସାହୁ ପ୍ରମୁଖ ସତ୍‌ସଙ୍ଗାନୁଷ୍ଠାନ ପରିଚାଳନା କରିଥିଲେ। ସାମ୍ବାଦିକ ବୀରଭଦ୍ର ବିଶ୍ବାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ସେଠୀ ଓ ରୁଦ୍ରନାରାୟଣ ଜେନା ଶ୍ରୀଶ୍ରୀଠାକୁରଙ୍କ ଭୋଗନୈବେଦ୍ୟ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe