Representional Picture
ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତୀକରଣ ପ୍ରକଳ୍ପ କାମ ପାଇଁ ଆଜି ବିଏମ୍ସି ହସ୍ପିଟାଲ ନିକଟ ଦୁଇଟି ପରିବାରର ଘରକୁ ଉଚ୍ଛେଦ କରାଯାଇଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ହସ୍ପିଟାଲରୁ ତାରାସୁନ୍ଦରୀ ରୋଡ୍ ଯିବା ରାସ୍ତାକୁ ସିଲ୍ କରାଯିବା ପରେ ପୁଲିସ ଉପସ୍ଥିତିରେ ବୁଲୁଡୋଜର୍ ସାହାଯ୍ୟରେ ଘରଗୁଡ଼ିକୁ ଭଙ୍ଗା ଯାଇଥିଲା। ଘଟଣାସ୍ଥଳରେ ବିଏମ୍ସି ଅତିରିକ୍ତ କମିସନର୍ ଅବନିକାନ୍ତ ପଟ୍ଟନାୟକ, ଡେପୁଟି କମିସନର୍ କମଲଜିତ୍ ଦାସଙ୍କ ସମେତ ବିଏମ୍ସିର ଇଞ୍ଜିନିୟରିଂ ଓ ଜମି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
Follow Us