ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଇଭିଏମ୍‌: ଷ୍ଟ୍ରଙ୍ଗ୍‌ରୁମ ଭିତରେ ସିଏପିଏଫ୍‌, ବାହାରେ ଓଏସ୍‌ଏପି

Advertisment

୬ ପ୍ଲାଟୁନ୍‌ ପୁଲିସ, ଅଗ୍ନିଶମ ବାହିନୀ ପ୍ରସ୍ତୁତ, ଦଳୀୟ ପ୍ରତିନିଧିଙ୍କ ପାଇଁ ବାହାରେ ୪ ଡିସ୍‌ପ୍ଲେ ସେଣ୍ଟର

୬ ପ୍ଲାଟୁନ୍‌ ପୁଲିସ, ଅଗ୍ନିଶମ ବାହିନୀ ପ୍ରସ୍ତୁତ, ଦଳୀୟ ପ୍ରତିନିଧିଙ୍କ ପାଇଁ ବାହାରେ ୪ ଡିସ୍‌ପ୍ଲେ ସେଣ୍ଟର

ବୁଥ୍‌ ଭିତରେ ମାରପିଟ୍, ପୁଲିସ ମୁତୟନ

ଭୁବନେଶ୍ବର: ରାଜଧାନୀର ୩ ଓ ଉପକଣ୍ଠର ୨ ନିର୍ବାଚନମଣ୍ଡଳୀରେ ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ବିଜେବି କଲେଜ୍‌ ଆଟର୍ସ ବ୍ଲକ୍‌ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି। ଶନିବାର ଭୋର୍‌ ପ୍ରାୟ ୪ଟା ସୁଦ୍ଧା ଇଭିଏମ୍‌ଗୁଡ଼ିକ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଭର୍ତ୍ତି କରାଯାଇଛି। ଜଟଣୀ, ଜୟଦେବ, ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତରରୁ ଆସିଥିବା ସମସ୍ତ ଇଭିଏମ୍‌କୁ କମିସନରେଟ୍‌ ପୁଲିସ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ୍‌ରେ ରଖିଛି। ଏଥିପାଇଁ କମିସନରେଟ୍‌‌ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି। ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଷ୍ଟ୍ରଙ୍ଗ୍‌ରୁମ୍‌ର ସୁରକ୍ଷା ବ୍ୟବସ୍ଥା ରହିଛି।

ଷ୍ଟ୍ରଙ୍ଗ୍‌ରୁମ୍‌ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ତ୍ରିସ୍ତରୀୟ ବଳୟ ଭିତରେ ଏକ ପ୍ଲାଟୁନ୍‌ ସିଏପିଏଫ୍‌ ଜଗିରହିଛନ୍ତି। ବାହାରେ ଏକ ପ୍ଲାଟୁନ୍‌ ଓଏସ୍‌ଏପିଙ୍କୁ ମୁତୟନ କରାଯାଇଛି। କେବଳ ସେତିକି ନୁହେଁ, ‌ଷ୍ଟ୍ରଙ୍ଗ୍‌ରୁମ୍‌ ଅଞ୍ଚଳକୁ ଚାରିପଟୁ ୪ ପ୍ଲାଟୁନ୍‌ ଆର୍ମଡ୍‌ ପୁଲିସ ଫୋର୍ସ ଜଗି ରହିଛିନ୍ତି। ସେମାନେ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ କଡ଼ା ନିର୍ଦ୍ଦେଶ ରହିଛି। ସେହିଭଳି ସମଗ୍ର ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି। ଷ୍ଟ୍ରଙ୍ଗ୍‌ରୁମ୍‌ ଭିତରୁ ଆରମ୍ଭ କରି ବାହାର ଓ ଚାରିପଟେ ୧୦୦ରୁ ଊର୍ଧ୍ବ ସିସିଟିଭି ଖଞ୍ଜାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ କରାଯାଇଛି। ଜଣେ ଏସିପି ରୢାଙ୍କ୍‌ର ଅଧିକାରୀଙ୍କ ନେତୃତ୍ବରେ ଆଇଆଇସି, ଏସ୍ଆଇ ଓ ଅନ୍ୟକର୍ମଚାରୀମାନେ ସିସିଟିଭି ଫୁଟେଜ୍‌ ଉପରେ ନଜର ରଖିଛନ୍ତି। ଯଦି କିଛି ସନ୍ଦେହଜନକ ସ୍ଥିତି ନଜରକୁ ଆସେ, ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ। ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମନିଟର୍‌ କରିବା ପାଇଁ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ପ୍ରତିଦିନ ସେ ଘଟଣାର ଟିକିନିଖି ତଦାରଖ କରୁଛନ୍ତି। ପ୍ରତିଦିନ ବିଭିନ୍ନ ସୋପାନରେ ଏସିପି ଓ ଆଇଆଇସି ରୢାଙ୍କ୍‌ର ଅଧିକାରୀମାନେ, ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌, ପିସିଆର୍‌ ଭ୍ୟାନ୍‌ ପଇଁନ୍ତରା ମାରୁଛନ୍ତି। ବଡ଼ କଥା ହେଉଛି ଜରୁରିକାଳୀନ ପରିସ୍ଥିତି ପାଇଁ ଅଗ୍ନିଶମ ବାହିନୀ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ସେହିଭଳି ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ପାଇଁ ୪ଟି ଡିସ୍‌ପ୍ଲେ ସେଣ୍ଟର କରାଯାଇଛି। ସେମାନେ ସେଠାରେ ରହି ପ୍ରତି ଷ୍ଟ୍ରଙ୍ଗ୍‌ରୁମ୍‌ ଭିତରର ଦୃଶ୍ୟ ଦେଖିବା ସହ ଇଭିଏମ୍‌ ଉପରେ ନଜର ରଖିବେ। ଏହାଛଡ଼ା ସାରା ସହରରେ ପୂର୍ବ ଭଳି ଚେକିଂ ବ୍ଲକିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଭୋଟ ଗଣତି ଦିନ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe