ସରୁନି ସ୍ବେରେଜ୍ କାମ, ଗ୍ରାମବାସୀ ହନ୍ତସନ୍ତ

Advertisment
ସରୁନି ସ୍ବେରେଜ୍ କାମ, ଗ୍ରାମବାସୀ ହନ୍ତସନ୍ତ

ଚନ୍ଦ୍ରଶେଖରପୁର: ଧିମା ଗତିରେ ସ୍ବେରେଜ୍ କାମ ଚାଲିଛି। ୭ ମାସ ହେଲାଣି ଗାଁ ଦାଣ୍ଡ ଖୋଳା ହୋଇ ପଡ଼ିଛି। ଫଳରେ ଲୋକେ ଘରୁ ବାହାରିବା କାଠିକର ପାଠ ହୋଇପଡ଼ୁଛି। ବାରମ୍ବାର ଅଭିଯୋଗ ପରେ ବି ଗାଁ ଭିତର କାମ ଶେଷ କରାଯାଉନାହିଁ। ଫଳରେ ଗାଡ଼କଣ, ଡମଣା ଓ ରଙ୍ଗମାଟିଆ ଆଦି ଗାଁର ଲୋକେ ବଡ଼ ହୀନସ୍ତା ହେଉଥିବା ଅଭିଯୋଗ ହେଉଛି।

ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ମାର୍ଚ୍ଚ ମାସ ପୂର୍ବରୁ ଏହି କାମ ଆରମ୍ଭ କରାଯାଇଥିଲା। ସ୍ବେରେଜ୍‌ ଲାଇନ୍‌ ପାଇଁ ଗାଁ ଦାଣ୍ଡ ସମେତ ଗାଁ ପାଖ ରାସ୍ତା ସବୁକୁ ଖୋଳି ପକାଇ ଦିଆଗଲା। ମାତ୍ର ଏବେ କାମ ବନ୍ଦ କରାଯାଇଛି। ଫଳରେ ଖୋଳା ହୋଇପଡ଼ିଥିବା ରାସ୍ତା ବଡ଼ ବିପଜ୍ଜନକ ଅବସ୍ଥାରେ ପଡ଼ି ରହିଛି। ତେଣୁ ଲୋକମାନେ ଘରୁ ବାହାରିବା ବେଳେ ସମସ୍ୟାରେ ପଡ଼ୁଛନ୍ତି। ବିଶେଷକରି ସଂଜ ନଇଁଲେ ଗାଁ ଦାଣ୍ଡ ଓ ରାସ୍ତାରେ ଚଳପ୍ରଚଳ କଷ୍ଟକର ହୋଇପଡ଼ୁଛି। ଏ ନେଇ ଠିକାଦାରଙ୍କ କହିବା କଥା, ଲକ୍‌ଡାଉନ୍ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥି‌ଲା। ଲକ୍‌ଡାଉନ୍ ଯୋଗୁଁ ଅଧାରେ ଅଟକିଗଲା। ବାହାର ଶ୍ରମିକମାନେ ଘରକୁ ପଳାଇବାକୁ ବାଧ୍ୟ ହୋଇଥିଲେ। ଏବେ କଟକଣା ହଟିବା ପରେ ଶ୍ରମିକମାନେ ଆସିଛନ୍ତି ଓ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର କାମ ସାରିବାକୁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି। ତେବେ ଆଗାମୀ ବର୍ଷା ଦିନ ପୂର୍ବରୁ ଗାଁ ଦାଣ୍ଡ ଓ ଗାଁ ରାସ୍ତା କାମ ନ ସରିଲେ, ଲୋକେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe