ତାଙ୍କ ଅବାଦନ ସ୍ମରଣୀୟ ହୋଇ ରହିବ

Advertisment

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ତାଙ୍କ ଅବାଦନ ସ୍ମରଣୀୟ ହୋଇ ରହିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି।

ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରି କହିଲେ, ଶ୍ରୀ ପ୍ରଧାନ ସ୍ୱଚ୍ଛତା, ସରଳତା, ସଂଗ୍ରାମ ଓ ମୂଲ୍ୟବୋଧର ବ୍ୟକ୍ତିତ୍ୱ ଥିଲେ। କୃଷକ ସଂଗଠନ, ସମାଜସେବା, ସାହିତ୍ୟ ସାଧନା ଓ ଗୋଷ୍ଠୀ ଜୀବନର ଅଭିବୃଦ୍ଧି ନିମନ୍ତେ ତାଙ୍କ ଅବଦାନ ସ୍ମରଣୀୟ ରହିବ। ସ୍ୱର୍ଗତ ପ୍ରଧାନଙ୍କ ୧୧୧ତମ ଜୟନ୍ତୀ ପାଳନ ଅବସରରେ ପାଲଲହଡ଼ା ବିଧାୟକ ମହେଶ ସାହୁ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଣିହାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ବକ୍ତତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ପ୍ରଶାନ୍ତ କୁମାର ରଥଙ୍କ ଦ୍ୱରା ଲିଖିତ ପୁସ୍ତକ ‘ପବିତ୍ର ମୋହନ ପ୍ରଧାନଙ୍କ କବିଦୃଷ୍ଟି’ ଉନ୍ମୋଚିତ ହୋଇଛି। ସୂଚନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ଉପନିର୍ଦ୍ଦେଶକ ବିିପିନ ବିହାରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe