ଶୁକଶାରୀ ମନ୍ଦିର ନିକଟରେ ଖନନ: ବାହାରିଲା ଆଉ ଏକ ମନ୍ଦିରର ଜଗମୋହନ

Advertisment
ଶୁକଶାରୀ ମନ୍ଦିର ନିକଟରେ ଖନନ: ବାହାରିଲା ଆଉ ଏକ ମନ୍ଦିରର ଜଗମୋହନ

ପୁରୁଣା ଭୁବନେଶ୍ୱର: ଶୁକଶାରୀ ମନ୍ଦିର କଡ଼ରେ ଭାରତୀୟ ପୁରାତତ୍ତ୍ଵ ବିଭାଗ(ଏଏସ୍ଇ) ଦ୍ଵାରା ଚାଲିଥିବା ଖନନ ବେଳେ ପୁଣି ଏକ ପ୍ରାଚୀନ ମନ୍ଦିର ଅଂଶ ଦେଖିବାକୁ ମିଳିଛି। ଏହା ଏକ ପୁରାତନ ମନ୍ଦିରର ଜଗମୋହନ ଅଂଶ ବୋଲି ପ୍ରତ୍ନତତ୍ତ୍ବବିତ୍‌ କହିଛନ୍ତି। ଆଜି ଅପରାହ୍ନରେ ଏଏସ୍ଆଇ ପକ୍ଷରୁ ଖନନ ବେଳେ ଏହି ପୁରାତନ ମନ୍ଦିରର ୪ଟି ବଡ଼ ବଡ଼ ପଥର ଦେଖିବାକୁ ମଳିଛି। ଏଏସ୍ଆଇ କର୍ମଚାରୀ ଶୁକଶରୀ ନିକଟରେ ଖନନ ବେଳେ ପୂର୍ବ ଦିଗରୁ ମାଟି ବାହାର କରିବା ବେଳେ ଏହି ପଥର ଦେଖିବାକୁ ମିଳିଛି। ତେବେ ଏହା ୬ଷ୍ଟ ଶତାଦ୍ଦିର ପୁରାତନ ମନ୍ଦିର ଓ ଏହି ପଥର ପୁରାତନ ମନ୍ଦିରର ଜଗମୋହନ କିମ୍ବା ମୁଖଶାଳା ଅନୁମାନ ହେଉଛି ବୋଲି ଏଏସ୍ଆଇ ପ୍ରତ୍ନତତ୍ତ୍ବବିତ୍‌ ପି କେ ନାୟକ କହିଛନ୍ତି। ଶ୍ରୀ ନାୟକଙ୍କ କହିବା ଅନୁଯାୟୀ ଏଠାରେ ପ୍ରତିଦିନ ଖନନ ବେଳେ କିଛି ପୁରାତନ ମନ୍ଦିରର ଅଂଶ ବାହାରିଛି।

ଆଜି ଖନନ ବେଳେ ଜଗମେହାନ କିମ୍ବା ମୁଖଶାଳା ବୋଲି ଜଣାପଡ଼ୁଛି। ଅଧିକ ଖନନ ପରେ ସବୁ ଜଣାପଡ଼ିବ। ସେହିପରି ପ୍ରତ୍ନତତ୍ବବିତ୍‌ ମାନସ କୁମାର ସାହୁ କୁହନ୍ତି ଏହା ଏକ ବଡ଼ ମନ୍ଦିରର ଜଗମୋହନ ପରି ଜଣାପଡ଼ୁଛି। ଆହୁରି ଖନନ କରାଗଲେ ଏଠାରେ ଅନେକ ଭଗ୍ନାବିଶେଷ ମିଳିବ ବୋଲି ପ୍ରତ୍ନତତ୍ତ୍ବବିତ୍ ଶ୍ରୀ ସାହୁ କହିଛନ୍ତି। ପ୍ରକାଶ ଥାଉକି, ଗତ ୪ଦିନ ପୂର୍ବରୁ ଏହାର ନିକଟ‌ରେ ଏକ ବିଷ୍ଣୁ ମୂର୍ତ୍ତି ଉଦ୍ଧାର ହୋଇଛି। ଏଏସ୍ଆଇ ପକ୍ଷରୁ ଏହା ଉଦ୍ଧାର କରାଯାଇଛି। ଉକ୍ତ ମୂର୍ତ୍ତି ପ୍ରାୟ ୧୪୦୦ଶହ ବର୍ଷ ତଳର ବୋଲି ଏଏଏସ୍ଇ ପକ୍ଷରୁ କୁହାଯାଇଛି। ଶୁକଶାରୀ ମନ୍ଦିରରୁ ପୂର୍ବ ପାର୍ଶ୍ବରେ ଗୌରୀ ଶଙ୍କର ମନ୍ଦିର ଆଡ଼କୁ ଖନନ ବେଳେ ଏହା ଉଦ୍ଧାର ହୋଇଥିଲା।

ସୂଚନା ଯୋଗ୍ୟ ଯେ, ଏକାମ୍ର ବିକାଶ କାର୍ଯ୍ୟ ଆରମ୍ଭ ପରେ ଏଏସ୍ଆଇ ପକ୍ଷରୁ ୨୦୨୦ ମସିହାରୁ ଶୁକଶାରୀ ମନ୍ଦିର ଆଖପାଖ ଖନନ କାର୍ଯ୍ୟ କରାଯାଉଛି। ମାଟି ତଳୁ ଅନେକ ପ୍ରାଚୀନ ଭାସ୍କର୍ଯ୍ୟର ସନ୍ଧାନ ମିଳିଛି । ସୂଚନା ଥାଉକି, ଗତ ୨୦୨୧ମସିହା ଡିସେମ୍ବର ୧୨ତାରିଖରେ ଏଠାରେ ଖନନ କାର୍ଯ୍ୟ ଚାଲୁ ଥିବା ବେଳେ ଗୋଟିଏ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା। ଉକ୍ତ ମନ୍ଦିରଟି ପଶ୍ଚିମ ମୁହାଁ ହୋଇ ରହିଥିଲା। ସେହିପରି ଗତ ୨୦୨୧ମସିହା ଅକ୍ଟୋବର ୩୦ତାରିଖରେ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା। ଏହା ପୂର୍ବରୁ ଏଥି ସହ ଏକ ଶିଳର ପୁଆ ଉଦ୍ଧାର ହୋଇଥିଲା। ସେଠାରେ ସେହିପରି ଏକ ଲିଙ୍ଗର ଯୋନୀ ସ୍ଥଳ ବାହାରିବା ଏକ ମନ୍ଦିରର ବେସ୍ ଓ ଅନ୍ୟ ଗୋଟିଏ ମନ୍ଦିରର ବେସ୍ ମଧ୍ୟ ବାହରିଥିଲା। ଅର୍ଥାତ୍ ବର୍ତମାନ ସୁଦ୍ଧା ସମୁଦାୟ ୪ଟି ଭଗ୍ନ ମନ୍ଦିର ବାହାରିବା ସହ ଗୋଟିଏ ମନ୍ଦିରର ବେସ୍ ଓ ଲିଙ୍ଗର ଯୋନୀ ସ୍ଥଳ ଉଦ୍ଧାର ହୋଇଛି। ଏଥି ସହ ଶୁକ ଶାରୀ ମନ୍ଦିର ସିଂହଦ୍ବାର ପାହାଚ ଓ ବେସ୍ କାଟି ଏକ ଡ୍ରେନ୍ ଯାଇଥିବା ଜଣାପଡ଼ିଥିଲା। ତେବେ ଏହି ଖନନ କାଯ୍ୟ ଚାଲୁ ରହିବ ବୋଲି ଏଏସ୍ଆଇପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe