କମିସନରେଟ ପୁଲିସରେ ଅଦଳବଦଳ: ବଦଳିଲେ ୫ ଏସିପି, ୬ ଇନ୍ସପେକ୍ଟର୍‌

Advertisment

ଏସିପି ଭରତ ସାହୁ ଗଲେ ଡିସିପି ଅଫିସ, କଂଗ୍ରେସ ଭବନରେ ପୁଲିସ ପଶି ପିଟିବା ଘଟଣାରେ ଥିଲା ଅଭିଯୋଗ

ଏସିପି ଭରତ ସାହୁ ଗଲେ ଡିସିପି ଅଫିସ, କଂଗ୍ରେସ ଭବନରେ ପୁଲିସ ପଶି ପିଟିବା ଘଟଣାରେ ଥିଲା ଅଭିଯୋଗ

କମିସନରେଟ ପୁଲିସରେ ଅଦଳବଦଳ: ବଦଳିଲେ ୫ ଏସିପି, ୬ ଇନ୍ସପେକ୍ଟର୍‌

ଭୁବନେଶ୍ବର : ସୋମବାର କମିସନରେଟ୍‌ ପୁଲିସରେ ଅଦଳବଦଳ ହୋଇଛି। ରାଜଧାନୀରେ ଜଣେ ଅତିରିକ୍ତ ଡିସିପି, ୫ ଏସିପି ଓ ୬ଜଣ ଇନ୍ସପେକ୍ଟର୍‌ଙ୍କ ବଦଳି ହୋଇଛି। ଆଇଆଇସିମାନଙ୍କୁ ଥାନାରୁ ବଦଳି କରାଯାଇଛି। ସେହିଭଳି କଂଗ୍ରେସ ଭବନ ଭିତରେ ପଶି ପୁଲିସ ଲାଠିମାଡ଼ କରିବା ଘଟଣାରେ ଅଭିଯୋଗ ଆସିଥିବା ନେଇ ଜୋନ୍-୩ ଏସିପି ଭରତ ସାହୁଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଛି।

publive-image

କେବେ ବଦଳିବେ କ୍ୟାପିଟାଲ, ନୂଆପଲ୍ଲୀ, ଖାରବେଳନଗର ଥାନାଧିକାରୀ

ପଦୋନ୍ନତି ପାଇଲେ, ବଦଳି ବି ହେଲା। କିନ୍ତୁ ଥାନାରୁ ଯାଉନାହାନ୍ତି ଅଧିକାରୀ। ବଦଳି ଆଦେଶକୁ ୮ ମାସ ବିତି ଗଲାଣି। ତଥାପି ଯେଉଁଠି ଥିଲେ ସେଇଠି ଅଛନ୍ତି। କ୍ୟାପିଟାଲ ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ନୂଆପଲ୍ଲୀ ଥାନାଧିକାରୀ ଶରତ ଚନ୍ଦ୍ର ସାହୁ ଓ ଖାରବେଳନଗର ଥାନା ଦାୟିତ୍ବରେ ଥିବା ଏସିପି ଅରୁଣ କୁମାର ସ୍ବାଇଁଙ୍କର ଚଳିତବର୍ଷ ଜାନୁଆରିରେ ପଦୋନ୍ନତି ହେଲା। ଅରୁଣ ସ୍ବାଇଁ କମିସନରେଟ ପୁଲିସରେ ରହିଥିବା ବେଳେ ଶ୍ରୀ ଚକ୍ରବର୍ତ୍ତୀଙ୍କର ସୋନପୁର ଜିଲ୍ଲା ଓ ଶ୍ରୀ ସାହୁଙ୍କର କ୍ରାଇମ୍‌ବ୍ରାଞ୍ଚକୁ ବଦଳି ହେଲା। ବଦଳିକୁ ୮ ମାସ ବିତି ଯାଇଥିଲେ ବି ସେମାନେ ଆଜି ଯାଏଁ ପୁରୁଣା ସ୍ଥାନରେ ଅଛନ୍ତି। ସେହିପରି ଶ୍ରୀ ସ୍ବାଇଁ କମିସନରେଟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ ମଧ୍ୟ ଖାରବେଳନଗର ଥାନା ଦାୟିତ୍ବରେ ରହିଛନ୍ତି। ପୁଲିସର ଏହି ବିଚିତ୍ର ନୀତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe