ରାଜଧାନୀରେ ବିଳମ୍ବିତ ରାତ୍ରିରେ ବାରରେ ଚାଲିଥିଲା ମଦର ଆସର: ଅବକାରୀ ବିଭାଗର ଅଚାନକ ଚଢ଼ାଉ

ରାଜଧାନୀରେ ବିଳମ୍ବିତ ରାତ୍ରିରେ ବାରରେ ଚାଲିଥିଲା ମଦର ଆସର: ଅବକାରୀ ବିଭାଗର ଅଚାନକ ଚଢ଼ାଉ

hotelsinbhubaneswar.net

ଭୁବନେଶ୍ବର: ବିଳମ୍ବିତ ରାତ୍ରିରେ ବାର୍ ଚାଲିଥିବା ବେଳେ ଅବକାରୀ ଟିମ୍ ଅଚାନକ ଚଢ଼ାଉ କରିଥିବାର ଖବର ମିଳିଛି। ବିଳମ୍ବିତ ରାତ୍ରିରେ ମଦର ଆସର ଜମିଥିବା ସହ ରାଜଧାନୀର ଖାରବେଳନଗର ଥାନା ଅଧୀନରେ ଥିବା ସନ ଗ୍ରିନ ବାରରେ ଚାଲିଥିଲା ନିଶାଡୀଙ୍କ ମତୁଆଲା ନାଚ ଗୀତ। ଏନେଇ ହୋଟେଲ ସନ ଗ୍ରିନକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ନିୟମ ଖିଲାପ କରି କାହିଁକି ଜମୁଥିଲା ମଦର ଆସର ଏହାର ଉତ୍ତର ଦେବା ପାଇଁ ସନ ଗ୍ରିନକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଅବକାରୀ ଟିମ।

publive-image
ଏହି ଘଟଣାରେ ଭୁଲ ସ୍ୱୀକାର କରିଛନ୍ତି ସନ ଗ୍ରିନ ହୋଟେଲ ସାଧାରଣ ପରିଚାଳକ।ସେ ନିଜର ସଫେଇରେ କହିଛନ୍ତି, କିଛି ଗୁଣ୍ଡା ଶ୍ରେଣୀୟ ଲୋକଙ୍କ ପାଇଁ ବିଳମ୍ବିତ ରାତି ଯାଏ ବାର୍ ଖୋଲାଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe