Worldorgs.com
ଧଉଳି : ସରଦେଇପୁର ଅଞ୍ଚଳରେ ଦୀର୍ଘଦିନ ଧରି ଥିବା ଏକ କାଠ ଡିପୋରେ ଜେସିବି ଲଗାଇ ଜଣେ ଜାଗା ମାଲିକ ଭଙ୍ଗାରୁଜା କରିବାକୁ କେନ୍ଦ୍ର କରି ମଙ୍ଗଳବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜାଗା ମାଲିକ ତାଙ୍କର ୮ ଜଣ ସହଯୋଗୀଙ୍କ ସହାୟତାରେ ଭଙ୍ଗାରୁଜା କରିଥିଲେ। ଜାଗା ଭଡ଼ା ନେଇ କାଠ ଡିପୋ କରିଥିବା ବ୍ୟକ୍ତି ଜଣକ ଏସଂପର୍କରେ ଧଉଳି ଥାନାକୁ ଫୋନ କରି ଜଣାଇଥିଲେ। ହେଲେ ପୁଲିସ ପହଞ୍ଚିବା ବେଳକୁ ଭଙ୍ଗାରୁଜା ସରିଥିଲା। ଏଥିରେ କାଠ ଡିପୋ ମାଲିକ ପୁରୀ ଜିଲ୍ଲା କାକଟପୁର କୁଣ୍ଢେଇହାଟ ଅଞ୍ଚଳର ନିରଞ୍ଜନ ମାଣିକଙ୍କର ପ୍ରାୟ ୪୫ ହଜାର ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଏତଲାରେ ଦର୍ଶାଇଛନ୍ତି।
ଶ୍ରୀ ମାଣିକ ଏନେଇ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡିପୋ ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଜାଗା ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୁଲିସ ସୂଚନା ଅନୁଯାୟୀ ୨୦୧୭ ମସିହାରୁ ଚୁକ୍ତି ଅବଧି ଶେଷ ହୋଇଯାଇଛି। ହେଲେ ଏବେ ଘର ମାଲିକ ଜାଗା ନିଜ କବ୍ଜାକୁ ନେବାକୁ ଚାହୁଥିବା ବେଳେ ଭଡ଼ାଟିଆ ଡିପୋ ମାଲିକ ଜାଗା ଛାଡ଼ୁନାହାନ୍ତି।
Follow Us