‘ଫ୍ୟୁଜନ୍, ଦି ହୋମ ଡିଜାଇନର’ ପ୍ରଦର୍ଶନୀ

Advertisment
‘ଫ୍ୟୁଜନ୍, ଦି ହୋମ ଡିଜାଇନର’ ପ୍ରଦର୍ଶନୀ

ଭୁବନେଶ୍ବର: ମାରୱାଡି ମହିଳା ସମିତି ପକ୍ଷରୁ ଆଜି ହୋଟେଲ ନ୍ୟୁ ମାରିୟନ ପରିସରରେ‘ଫ୍ୟୁଜନ୍, ଦି ହୋମ ଡିଜ‌ାଇନର’ ପ୍ରଦର୍ଶନୀ ମେଳା ଉଦ୍‌ଘାଟିତ ହୋଇଛି। ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାଶ ଅତିଥି ଭା‌ବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ।

ଏ ପ୍ରକାର ପ୍ରଦର୍ଶନୀ ରାଜ୍ୟର ଗୃହିଣୀମାନଙ୍କୁ ନିଜର ନିଶା ଓ ପେସାର ସମନ୍ବୟରେ କିଛି କରି ଦେଖାଇବା‌କୁ ଯଥେଷ୍ଟ ପ୍ର‌େରଣା ଯୋଗାଇବ ବୋଲି ଅତିଥିମାନେ କହିଥିଲେ। ଦୁଇଦିନ ବ୍ୟାପୀ ହେବାକୁ ଥିବା‌ ଏହି ପ୍ରଦର୍ଶନୀରେ ୬୦ଟି ଷ୍ଟଲରେ ମହିଳାଙ୍କ ହାତ ତିଆରି ପୋଷାକ, ବିଭିନ୍ନ ଖାଦ୍ୟ ସାମଗ୍ରୀ, ମିଷ୍ଟାନ୍ନଠାରୁ ଆରମ୍ଭ କରି ହାତ ତିଆରି ବିଭିନ୍ନ ଅଳଙ୍କାର ଓ ରାଖି ପ୍ରଭୃତି ପ୍ରଦର୍ଶନ ତଥା ବିକ୍ରି ପାଇଁ ଉପଲବ୍ଧ ରହିଛି। ଗୃହିଣୀମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନରଖି ତାଙ୍କ ହାତର କରାମତିକୁ ସର୍ବସାଧା‌ରଣରେ ଉପଲବ୍ଧ କରାଇ ସେମାନଙ୍କୁ ରୋଜଗାରକ୍ଷମ କରିବ‌ା‌ ଏହି ପ୍ରଦର୍ଶନୀର ମୂଳ ଉଦ୍ଦେଶ୍ୟ ବୋଲି ମାରୱାଡି ମହିଳା ସମିତିର ଅଧ୍ୟକ୍ଷ ନିଲମ ଅଗ୍ରୱାଲ କହିଛନ୍ତି। କୃତ୍ତିକା ମୋଦୀ, କବିତା ଅଗ୍ରୱାଲ, ସୁଧା ଖଣ୍ଡେଲୱାଲ, ବୀଣା ବିର୍ଲା, ସ୍ନେହା ଗୁପ୍ତା, ପ୍ରବୀଣା ଭଣ୍ଡାରେ, ସ୍ନ‌େହା ଅଗ୍ରୱାଲ ପ୍ରମୁଖ ଏଥିରେ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe