ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପ୍ରେମ : ଲକ୍ଷାଧିକ ଟଙ୍କା ଠକିନେଲା ଜାଲି ପ୍ରେମିକା

ରାଜଧାନୀରେ ମାତିଛନ୍ତି ଚାକିରି ଠକେଇ ଗ୍ୟାଙ୍ଗ୍‌: ନିଦରେ ଆଣ୍ଟି ଫ୍ରଡ୍‌ ସେଲ୍‌

Newszee.in

ଚନ୍ଦ୍ରଶେଖରପୁର : ଅନ୍‌ଲାଇନ୍‌ରେ କିଣାବିକା କରିବା ବାହାନାରେ ସାଇବର ଠକମାନେ ଠକୁଥିବା କିଛି ନୂଆ କଥା ନୁହେଁ। କିନ୍ତୁ ଅନ୍‌ଲାଇନ୍‌ ପ୍ରେମ ଜାଲରେ ଫସାଇ ଜାଲି ପ୍ରେମିକା ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେବା ଭଳି ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣଙ୍କ ‌ଜଣେ ସଫ୍ଟୱେ‌ର୍ ଇଂଜିନିୟର।

ଅଭିଯୋଗ ଅନୁସା‌ରେ ଠକାମୀର ଶିକାର ଯୁବକ ଜଣଙ୍କ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିଲେ। ଅନ୍‌ଲାଇନ୍‌ରେ ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତ୍ବ ଓ ପରେ ପ୍ରେମରେ ପରିଣତ ହୋଇଥିଲା। କିଛି ଦିନ ପରେ ପାରିବାରିକ ସମସ୍ୟା ‌ଦର୍ଶାଇ ଯୁବତୀ ଜଣଙ୍କ ଯୁବକଙ୍କଠାରୁ ଆର୍ଥିକ ସାହାଯ୍ୟ ଲୋଡ଼ିଥିଲେ। ପର୍ଯ୍ୟାୟକ୍ରମେ ଯୁବକ ଜଣଙ୍କ ତାଙ୍କୁ ଏକ ଲକ୍ଷରୁ ଅଧିକ ଟଙ୍କା ଅନ୍‌ଲାଇନ୍ ମାଧ୍ୟମରେ ପଠାଇ ଦେଇଥିଲେ। ମାତ୍ର ଟଙ୍କା ନେବା ପରେ ଯୁବତୀ ଜଣଙ୍କ ଆଉ ଯୁବକଙ୍କ ସହ ସମ୍ପର୍କ ରଖିନଥିଲେ। ଠକାମୀର ଶିକାର ହୋଇ ଯୁବକ ‌ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଏହି ଘଟଣାରେ ପୁଲିସ ତାଙ୍କୁ ସହଯୋଗ ନ କରିବାରୁ ସେ କୋର୍ଟର ଆଶ୍ରୟ ନେଇଥିଲେ। ଏବେ କୋର୍ଟ ଥାନାକୁ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe